www.samajalive.in
Tuesday, December 9, 2025
15.1 C
Bhubaneswar

ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ବିଜେପି ନେତାଙ୍କ ଭଳି କାମ କରୁଛନ୍ତି: କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଜାମ୍ମୁ-କାଶ୍ମୀର ରାଜ୍ୟପାଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟପାଳ ସତ୍ୟପାଲ ମଲିକ ବିଜେପି ନେତାଙ୍କ ଭଳି କାମ କରୁଛନ୍ତି ଏବଂ ବିଜେପି ନେତାଙ୍କ ଭଳି ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଜାମ୍ମୁ-କାଶ୍ମୀରର ବିଜେପି ସଭାପତି ଭାବେ ନିଯୁକ୍ତ କରିବା ଉଚିତ ବୋଲି ଅଧିର ରଞ୍ଜନ କହିଛନ୍ତି। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ନେତାମାନଙ୍କୁ ସେଠାକୁ ଗସ୍ତ କରିବାରେ ବାରଣ କରାଯିବା ପରେ ଅଧିର ରଞ୍ଜନ ଏହା କହିଛନ୍ତି।

ସେ କହିଛନ୍ତି, ଜାମ୍ମୁ-କାଶ୍ମୀରରେ ସ୍କୁଲ ଏବଂ କଲେଜଗୁଡ଼ିକ ବନ୍ଦ ରହିଛି। ଲୋକଙ୍କୁ କଥା କହିବାକୁ ମଧ୍ୟ ଅନୁମତି ଦିଆଯାଉ ନାହିଁ। ଯେଉଁମାନେ ସେଠାକୁ ଗସ୍ତ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ମଧ୍ୟ ଅନୁମତି ମିଳୁନାହିଁ। ସୂଚନାଯୋଗ୍ୟ, ଗତ ଶନିବାର ରାହୁଲ ଗାନ୍ଧୀ ଏବଂ ଅନ୍ୟ ବିରୋଧୀ ଦଳ ନେତାମାନେ ଜାମ୍ମୁ-କାଶ୍ମୀର ଗସ୍ତରେ ଯାଇଥିଲାବେଳେ ସେମାଙ୍କୁ ଶ୍ରୀନଗର ବିମାନବନ୍ଦରରେ ଅଟକ ରଖାଯାଇଥିଲା। ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ସହରକୁ ପ୍ରବେଶ କରିବାକୁ ଅନୁମତି ଦେଇ ନ ଥିଲା। ଫଳରେ ରାହୁଲ ଏବଂ ବିରୋଧୀ ନେତାମାନେ ବିମାନବନ୍ଦରରୁ ଫେରିଆସିଥିଲେ। ସେମାନଙ୍କୁ ଅଟକ ରଖାଯିବା ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ବୋଲି ସିପିଆଇ ନେତା ସୀତାରାମ ୟେଚୁରୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories