www.samajalive.in
Tuesday, December 9, 2025
16.1 C
Bhubaneswar

ରାହାଣେଙ୍କ ଶତକ; ଭାରତର ସ୍ଥିତି ଦୃଢ଼

ନର୍ଥ ସାଉଣ୍ଡ୍ : ଚଳିତ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ମଜ୍‌ଭୁତ ସ୍ଥିତି ଆଡ଼କୁ ଅଗ୍ରସର ହେଉଛି ଭାରତୀୟ ଦଳ। ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ପରେ ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଶତକ ବଳରେ ଭାରତ ୨ୟ ଇନିଂସରେ ଏକ ପ୍ରଭାବଶାଳୀ ସ୍କୋର୍ ଆଡ଼କୁ ଅଗ୍ରସର ହେଉଛି। ପ୍ରଥମ ଇନିଂସରେ ୭୫ ରନ୍‌ରେ ଆଗୁଆ ରହିଥିବା ଭାରତ ରବିବାର ୪ର୍ଥ ଦିନରେ ଅଦ୍ୟାବଧି ୪ ୱିକେଟ ହରାଇ ୩୨୦ ରନ୍ କରିପାରିଛି। ଫଳରେ ଆହୁରି ୬ଟି ୱିକେଟ ବାକିଥାଇ ଭାରତ ୩୯୫ ରନ୍ ଆଗରେ ରହିଛି।

୩ୟ ଦିନ ଶେଷରେ ଭାରତ ୨ୟ ଇନିଂସରେ ୩ ୱିକେଟ ହରାଇ ୧୮୫ ରନ୍ କରି ପାରିଥିଲା। ଭାରତ ୨ୟ ଇନିଂସ ଆରମ୍ଭ କରିବା ପରେ ଏହାର ଓପ୍‌ନର ୩୦ ରନ୍ ଯୋଡ଼ିଥିଲେ। ତେବେ ଅଳ୍ପ ବ୍ୟବଧାନରେ ଦୁଇ ଓପ୍‌ନର ଆଉଟ ହୋଇ ଯାଇଥିଲେ। ମୟଙ୍କ ଅଗ୍ରୱାଲ ୪୩ ବଲ୍‌ରୁ ୨ଟି ଚୌକା ସହ ୧୬ ରନ୍ କରିଥିଲେ। ପରେ କେ.ଏଲ୍‌. ରାହୁଲ ଓ ଚେତେଶ୍ବର ପୂଜାରା ସ୍କୋର୍‌କୁ ୭୩ ରନ୍‌ରେ ପହଞ୍ଚାଇଥିଲେ। ରାହୁଲ ୮୫ ବଲ୍‌ରୁ ୪ଟି ଚୌକା ସହ ୩୮ ରନ୍‌କରି ଆଉଟ ହୋଇଥିଲେ। ଏହାର କିଛି ଓଭର ପରେ ଚେତେଶ୍ବର ପୂଜାରା ଗୋଟିଏ ଚୌକା ସହ ୨୫ ରନ୍‌କରି ବିଦାୟ ନେଇଥିଲେ। ଭାରତ ୮୧ ରନ୍‌ରେ ୩ଟି ୱିକେଟ ହରାଇବା ପରେ ଅଧିନାୟକ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ଲଢ଼ୁଆ ବ୍ୟାଟିଂ କରିଥିଲେ। ଦୁହେଁ ଆକ୍ରମଣ କରିବା ପରିବର୍ତ୍ତେ ଜଗିରଖି ଖେଳିଥିଲେ। ଦୁହେଁ ୪ର୍ଥ ୱିକେଟ ପାଇଁ ୧୦୬ ରନ୍ ଯୋଗ କରିଥିଲେ। କୋହଲି ୧୧୩ ବଲ୍‌ରୁ ୨ଟି ଚୌକା ସହ ୫୧ ରନ୍ କରିଥିଲେ। ଏବେ ଅଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀ ଚମତ୍କାର ବ୍ୟାଟିଂ କରୁଛନ୍ତି। ସର୍ବଶେଷ ସମ୍ବାଦ ମିଳିବା ବେଳକୁ ରାହାଣେ ୫ଟି ଚୌକା ସହ ୧୦୦ ଏବଂ ହନୁମା ବିହାରୀ ଗୋଟିଏ ଛକା ଓ ୮ଟି ଚୌକା ସହ ୮୦ ରନ୍ କରି କ୍ରିଜ୍‌ରେ ଅଛନ୍ତି। ରୋଷ୍ଟନ୍ ଚେଜ୍ ୩ଟି ଓ କିମାର ରୋଚ୍ ଗୋଟିଏ ୱିକେଟ ନେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories