ବେରିଜ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ରବିବାର ରାତିରେ ବେରିଜ୍ଠାରେ ପହଞ୍ଚିଛନ୍ତି । ଭାରତ ଜି-୭ର ସଦସ୍ୟ ହୋଇ ନଥିଲେ ମଧ୍ୟ ଏହି ଶିଖର ସମ୍ମିଳନୀକୁ ଏକ ଅଂଶୀଦାର ରାଷ୍ଟ୍ରଭାବେ ଆମନ୍ତ୍ରିତ ହୋଇଥିବା ବେଳେ ଏହି ଶିଖର ସମ୍ମିଳନୀ ଅବସରରେ ଶ୍ରୀ ମୋଦୀ କେତେକ ଦ୍ୱିପାକ୍ଷୀୟ ବୈଠକରେ ଯୋଗଦେବେ।
ଏହି ବାର୍ଷିକ ବୈଠକରେ ଫ୍ରାନ୍ସ, ଇଟାଲୀ, କାନାଡା, ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ଜର୍ମାନୀ ଓ ବ୍ରିଟେନ ଆଦି ୭ଟି ସଦସ୍ୟ ରାଷ୍ଟ୍ର ଅଂଶଗ୍ରହଣ କରୁଛନ୍ତି।
ବୈଠକ ଅବସରରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ବ୍ରିଟିଶ ରାଷ୍ଟ୍ରପତି ବୋରିସ୍ ଜନ୍ସନ୍ ଓ ଜର୍ମାନୀର ଚାନ୍ସସେଲର ଆଞ୍ଜେଲା ମାର୍କେଲ ଏବେ ବେରିଜରେ ଉପସ୍ଥିତ ଅଛନ୍ତି।



