www.samajalive.in
Thursday, December 11, 2025
23.1 C
Bhubaneswar

ନୂତନ କ୍ଷେପଣାସ୍ତ୍ର ପରୀକ୍ଷା କଲା ଇରାନ

ତେହେରାନ : ଆମେରିକାର ତାଗିଦଶ ସତ୍ତ୍ବେ ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମରୁ ଓହରୁ ନ ଥିବା ଇରାନ ଏବେ ଏକ ନୂତନ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଇସ୍‌ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି)ର କମାଣ୍ଡର ଏ ସମ୍ବନ୍ଧରେ ସ୍ଥାନୀୟ ଗଣମାଧ୍ୟମ ତସନିମ ନ୍ୟୁଜକୁ ସୂଚନା ପ୍ରଦାନ କରିଛନ୍ତି।

ମେଜର ଜେନେରାଲ ହୁସେନ ସଲାମି ଶନିବାର କହିଛନ୍ତି ଇରାନ ଏହାର ସାମରିକ ଶକ୍ତି ବୃଦ୍ଧି ଦିଗରେ ନିରନ୍ତର ପ୍ରତିରକ୍ଷା ଏବଂ ଯୁଦ୍ଧ ଉପକରଣ ପରୀକ୍ଷା ଜାରି ରଖିଛି। ଦେଶ ପାଇଁ ଶୁକ୍ରବାର ଅତ୍ୟନ୍ତ ସଫଳତାପୂର୍ଣ୍ଣ ଦିବସ ଥିଲା ବୋଲି ସେ ଦର୍ଶାଇଛନ୍ତି। ଇରାନ ଶୁକ୍ରବାର କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା ସୁସେନଙ୍କ ମନ୍ତବ୍ୟରୁ ଜଣାପଡୁଛି। ଗୁରୁବାର ଇରାନ ପକ୍ଷରୁ ଘରୋଇ ଜ୍ଞାନକୌଶଳରେ ବିକଶିତ ଏକ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଦର୍ଶନ କରାଯାଇଥିଲା। ଏହା ଭୂପୃଷ୍ଠରୁ ବାୟୁମଣ୍ଡଳକୁ ଉତ୍‌କ୍ଷେପଣ କରାଯାଇପାରିବାର କ୍ଷମତା ରଖୁଥିବା ପ୍ରତୀତ ହେଉଥିଲା। ଗତବର୍ଷ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଅନ୍ତର୍ଜାତୀୟ ପରମାଣୁ ରାଜିନାମାରୁ ଓହରି ଯାଇଥିଲେ। ଏଥିସହ ସେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିର୍ମାଣ ତଥା ଇରାକ, ଲେବାନନ, ୟେମେନ, ସିରିଆକୁ ଏହାର ସମର୍ଥନ ନେଇ ଏହା ଉପରେ କଟକଣା ଲାଗୁ କରିଥିଲେ। ଏହାପରଠାରୁ ଉଭୟ ରାଷ୍ଟ୍ର ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଜୁନରେ ଆମେରିକା ସେନାର ଏକ ନିରୀକ୍ଷଣକାରୀ କ୍ଷୁଦ୍ର ବିମାନକୁ ଉପସାଗରୀୟ ଅଞ୍ଚଳରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରି ଖସାଇଦେଇଥିଲା। ବିମାନଟି ଇରାନସୀମାରେ ପ୍ରବେଶ କରିଥିଲା ବୋଲି ଇସଲାମିକ ରିପବ୍ଲିକ ପକ୍ଷରୁ କୁହାଯାଇଥିଲା।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories