କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ମେଦିନୀପୁର ଜିଲାକୁ ତିନି ଦିନିଆ ଗସ୍ତରେ ଯାଇଛନ୍ତି । ଲୋକସମ୍ପର୍କ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀଙ୍କ ସହ ବୁଧବାର ଦୀଘା ନିକଟସ୍ଥ ଦତ୍ତାପୁର ଗାଁରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଏକ ନିଆରା ରୂପ ଦେଖିବାକୁ ମିଳିଥିଲା। ରାସ୍ତା କଡରେ ଏକ ଦୋକାନରେ ଚା ପ୍ରସ୍ତୁତ କରିବା ସହ ଲୋକଙ୍କୁ ପରସି ଥିଲେ । ଏହା ସହ ସ୍ଥାନୀୟଲୋକଙ୍କ ସହ ନିଜେ ମଧ୍ୟ ଚା’ର ମଜା ନେଇଥିଲେ ।
Sometimes the little joys in life can make us happy. Making and sharing some nice tea (cha/chai) is one of them. Today, in Duttapur, Digha | কখনো জীবনের ছোট ছোট মুহূর্ত আমাদের বিশেষ আনন্দ দেয়। চা বানিয়ে খাওয়ানো তারমধ্যে একটা। আজ দীঘার দত্তপুরে। #Bangla pic.twitter.com/cC1Bo0GuYy
— Mamata Banerjee (@MamataOfficial) 21 August 2019
ଏହାର ଏକ ଭିଡିଓ ମମତା ବାନାର୍ଜୀ ନିଜ ଟ୍ବିଟରେ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ସ୍ଥାନୀୟଲୋକ ତାଙ୍କୁ ଘେରି ରହିଛନ୍ତି । ଏହି ଭିଡିଓରେ ମମତା ବାନାର୍ଜୀ ଚା’ ପ୍ରସ୍ତୁତ କରିବା ସହ ଲୋକଙ୍କୁ ପରସିବା ଦେଖିବାକୁ ମିଳିଛି ।
ଏହି ଭିଡିଓ ସେୟାର କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ବେଳେବେଳେ ଜୀବନରେ ଛୋଟ ଛୋଟ ଖୁସୀ ଆମକୁ ବହୁତ ବଡ ଖୁସୀ ଦେଇଥାଏ । ଚା’ ପ୍ରସ୍ତୁତ କରିବା ଏବଂ ପରସିବା ସେହି ଖୁସୀ ମଧ୍ୟରୁ ଗୋଟିଏ । ଦୀଘାର ଦତ୍ତାପୁର ଗାଁର ଲୋକଙ୍କ ସହ କଥା ହୋଇ ମୋତେ ବହୁତ ଖୁସୀ ମିଳିଛି।



