www.samajalive.in
Monday, December 8, 2025
27.1 C
Bhubaneswar

ମାଇଗ୍ରେନ ଯନ୍ତ୍ରଣା ଆପଣଙ୍କ ପାଇଁ ସମସ୍ୟା ପାଲଟିଛି କି ? କରନ୍ତୁ ଅଦାର ବ୍ୟବହାର

ବର୍ତ୍ତମାନର ସମୟରେ ମାଇଗ୍ରେନ ( ଅର୍ଦ୍ଧ କପାଳୀ) ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାଇଗ୍ରେନରେ ମୁଣ୍ଡବିନ୍ଧା ବ୍ୟତୀତ ଦୃଷ୍ଟି ଶକ୍ତି ଦୁର୍ବଳ, ଚିଡ଼ଚିଡ଼ାପଣ, ବ୍ୟସ୍ତ ଲାଗିବା, ଯନ୍ତ୍ରଣା  ହେବା ଭଳି ବହୁ ସମସ୍ୟା ଏହା ପ୍ରଭାବରେ ସୃଷ୍ଟି ହୋଇଥାଏ। ସେହି ସମୟରେ ଆମେ ଔଷଧ ଖାଇ ଯନ୍ତ୍ରଣାକୁ ଦୂର କରିଥାଉ। ମାତ୍ର କିଛି ସହଜ ଘରୋଇ ଉପାୟ ଦ୍ୱାରା ମଧ୍ୟ ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ତାହା କ’ଣ ….
ଅଦାର ବ୍ୟବହାର –
ଅଦା ମାଇଗ୍ରେନ ପାଇଁ ଖୁବ ଲାଭକାରୀ ଅଟେ। ଏଥିରେ ଥିବା ପୋଷକ ତତ୍ତ୍ୱ ମାଇଗ୍ରେନ ଯନ୍ତ୍ରଣାକୁ ଦୂର କରିଥାଏ। ଅଦାର ଗୁଣ୍ଡ ମାଇଗ୍ରେନ କାରଣରୁ ସୃଷ୍ଟି ହେଉଥିବା ଯନ୍ତ୍ରଣାକୁ ନଷ୍ଟ କରିଥାଏ। ଆପଣ ପାଣିରେ ଅଦା ଗୁଣ୍ଡ ପକାଇ ଏହାକୁ ଅଳ୍ପ ଫୁଟାଇ ପିଇପାରିବେ। ତେଣୁ ଏହାକୁ ସେବନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳେ।
ମାଗ୍ନେସିୟମର ମାତ୍ରା କମ ହେଲେ –
ଶରୀରରେ ମାଗ୍ନେସିୟମର ମାତ୍ରା କମ ହେବା ଦ୍ୱାରା ମାଇଗ୍ରେନ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ମାଗ୍ନେସିୟମ ଯୁକ୍ତ ଖାଦ୍ୟପଦାର୍ଥର ଅଧିକ ସେବନ କରିବା ଉଚିତ। ଯେପରି ବାଦାମ, ରାଶି, କାଜୁ , ପିନଟ ବଟର, ଅଣ୍ଡା, କ୍ଷୀର ଆଦି ନିୟମିତ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ମାଲିସ କରିବା –
କପାଳକୁ ମାଲିସ କରିବା ଦ୍ୱାରା ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ। ତେଣୁ ଧୀରେ ଧୀରେ କପାଳକୁ ମାଲିସ କରିବା ଦ୍ୱାରା ମାଇଗ୍ରେନ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories