www.samajalive.in
Monday, December 8, 2025
27.1 C
Bhubaneswar

ଉତ୍ତରକାଶୀର ବନ୍ୟାଞ୍ଚଳକୁ ରିଲିଫ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା ସୃଷ୍ଟି ହୋଇଛି। ଏଥିରେ ୨୩ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ନିଖୋଜ ଅଛନ୍ତି। ଏପରି ସ୍ଥିତିରେ ବୁଧବାର ଏଠାରେ ପୁଣି ଏକ ଅଘଟଣ ଘଟିଛି। ବନ୍ୟା ପୀଡ଼ିତଙ୍କ ପାଇଁ ରିଲିଫ ସାମଗ୍ରୀ ନେଇଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ଜଣେ ପାଇଲଟ, ଜଣେ କୋ-ପାଇଲଟ ଏବଂ ଜଣେ ଯବାନ ଥିଲେ। ଦୁର୍ଘଟଣାରେ ସମ୍ପୃକ୍ତ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ବୁଧବାର ହେଲିକପ୍ଟରଟି ଉତ୍ତରକାଶୀ ଜିଲାର ଆରାକୋଟ ଅନ୍ତର୍ଗତ ମୋରି ଗ୍ରାମରୁ ମୋଲଦି ଗ୍ରାମକୁ ଯାଉଥିବାବେଳେ ବାଟରେ ବିଦ୍ୟୁତ ତାରରେ ଛନ୍ଦି ହୋଇଯାଇଥିଲା। ଫଳରେ ହେଲିକପ୍ଟରଟି ସେହିଠାରେ ଭାରସାମ୍ୟ ହରାଇ ପାହାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦିନ ପ୍ରାୟ ୧୨ଟା ୧୫ ମିନିଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories