www.samajalive.in
Monday, December 8, 2025
17.1 C
Bhubaneswar

ଜାହାଜରୁ ସମୁଦ୍ରକୁ ଡେଇଁଲେ ଶରଣାର୍ଥୀ

ଲାମ୍ପେଦୁସା : ଆଫ୍ରିକୀୟ ଶରଣାର୍ଥୀଙ୍କୁ ନେଇ ଯାଉଥିବା ସ୍ପେନ୍‌ର ଏକ ଜାହାଜରୁ ୧୦ଜଣ ସିରିଆ ଶରଣାର୍ଥୀ ସମୁଦ୍ରକୁ ଡେଇଁ ପଡ଼ିଛନ୍ତି। ସେମାନେ ପହଁରି ପହଁରି କୂଳ ଆଡକୁ ଆସୁଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଉ କେତେକ ଶରଣାର୍ଥୀଙ୍କୁ ସମୁଦ୍ର ଜଳରୁ ଉଦ୍ଧାର କରାଯାଇଛି। ଜାହଜରେ ୧୦୦ରୁ ଅଧିକ ଶରଣାର୍ଥୀ ଥିଲେ ଓ ସେମାନଙ୍କୁ ସ୍ପେନ୍‌ର ଏକ ସ୍ବେଚ୍ଛାସେବୀ ସଂସ୍ଥା ଉଦ୍ଧାର କରି ନେଉଥିଲା। ଏହା ୟୁରୋପକୁ ଯାଉଥିଲାବେଳେ ଶରଣାର୍ଥୀମାନେ ଏହା ଚାହୁଁ ନ ଥିବା ପ୍ରକାଶ। ଜାହାଜ ଗତ ୧୯ଦିନ ପୂର୍ବେର ଯାତ୍ରା ଆରମ୍ଭ କରିଥିଲା। ସମ୍ପ୍ରତି ଏହା ଦକ୍ଷିଣ ଇଟାଲୀ ଉପକୂଳ ଲାମ୍ପେଦୁସାଠାରେ ଅଟକିଛି। ଘରୋଇ ଉଦ୍ଧାରକାରୀ ଜାହାଜ ଏଠାରେ ଅଟକିବା ନେଇ କଟକଣା ରହିଥିବାରୁ ଏହାକୁ ନେଇ ଇଟାଲୀ କର୍ତ୍ତୃପକ୍ଷ କ୍ଷୁବ୍ଧ ହୋଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories