www.samajalive.in
Tuesday, December 9, 2025
17.1 C
Bhubaneswar

ମହାକାଳ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୩୦୦ କୋଟିର ଯୋଜନା

ଭୋପାଳ: ଉଜ୍ଜେନର ପ୍ରସିଦ୍ଧ ମହାକାଳ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ପାଇଁ ମଧ୍ୟପ୍ରଦେଶ ସରକାର ୩୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହା ସହ ମନ୍ଦିରର ଟ୍ରଷ୍ଟକୁ ସୁଦୃଢ କରିବା ପାଇଁ ସରକାର ବର୍ତ୍ତମାନ ମନ୍ଦିରର ୧୬ଟି ଆଇନକୁ ସଂଶୋଧନ କରିବେ । ଶନିବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ କମଲନାଥ ଏହି ଘୋଷଣା କରିଛନ୍ତି । ଏଥିପାଇଁ ମନ୍ତ୍ରୀ ସଜ୍ଜନ ସିଂହ ବର୍ମା, ଲୋକ ସମ୍ପର୍କ ଓ ଆଧ୍ୟାତ୍ମ ମନ୍ତ୍ରୀ ପୀସୀ ଶର୍ମା ଏବଂ ପୌର ପ୍ରଶାସନ ମନ୍ତ୍ରୀ ଜୟବର୍ଦ୍ଧନ ସିଂହଙ୍କୁ ନେଇ ମୁଖ୍ୟମନ୍ତ୍ରୀ ତିନି ଜଣିଆ ସଂସଦୀୟ କମିଟି ଗଠନ କରିଛନ୍ତି ।

ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସୁବିଧା ସହ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପାଞ୍ଚଟି ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ମନ୍ଦିରର ପ୍ରବେଶ ପଥ, ମହାକାଳ ଥିମ ପାର୍କ, ୱାର୍କସ ଲନ୍ ଓ ପାର୍କିଂ ନିର୍ମାଣ ହେବ। ଦ୍ବିତୀୟ ପର୍ଯ୍ୟାୟରେ ମହାରାଜ ବାଡ, କୁମ୍ଭ ସଂଗ୍ରହାଳୟ, ମହାକାଳ ବିଷୟବସ୍ତୁକୁ ନେଇ ପ୍ରଦର୍ଶନ, ଧର୍ମଶାଳା, ରୁଦ୍ରସାଗର ହ୍ରଦର ପୁନଉଦ୍ଧାର ଏବଂ ହରି ଫାଟକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟରେ ପୁଲିସ ଫାଣ୍ଡି ଏବଂ ହସ୍ପିଟାଲ ନିର୍ମାଣ ହେବ । ସେହିପରି ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟରେ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା ସହ ଗମନାଗମନର ସୁବିଧା କରାଯିବ ।

- Advertisement -

ସୂଚନାଯୋଗ୍ୟ, ନାଗ ପଞ୍ଚମୀ ଦିନ ଏଠାକୁ ୩ ଲକ୍ଷ ଶ୍ରଦ୍ଧାଳୁ ଆଗମନ କରିଥିଲେ। କିନ୍ତୁ ମନ୍ଦିରର ଅବ୍ୟବସ୍ଥା ଯୋଗୁଁ ଶ୍ରଦ୍ଧାଳୁମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାକାଳ ମନ୍ଦିର ବିଶ୍ବ ପ୍ରସିଦ୍ଧ। ଏଠାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି। ତେଣୁ ଶ୍ରଦ୍ଧାଳୁମାନେ ଯେପରି ସୁବିଧାରେ ଦୁଇ ଦିନ ଏଠାରେ ପର୍ଯ୍ୟନ୍ତ ରହି ପାରିବେ ତା’ର ବ୍ୟବସ୍ଥା ମଧ୍ୟ କରାଯିବ। ସୌନ୍ଦର୍ଯ୍ୟକରଣ ଓ ବିସ୍ତାର ସମୟରେ ମନ୍ଦିରର ରୂପ ରେଖାରେ କୌଣସି ପରିବର୍ତ୍ତନ ହେବ ନାହିଁ ଏବଂ ଏଥିପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କମଲନାଥ ଆଶ୍ବସନା ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories