ଭୁବନେଶ୍ବର : ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ପ୍ରମୁଖ ୩ଟି ସ୍ଥାନ ପାଇଁ ବିଭିନ୍ନ ଯୋଜନାକୁ ଅନୁମୋଦନ ମିଳିଛି । ସେଥି ମଧ୍ୟରୁ ଚିଲିକା ହ୍ରଦର ସମନ୍ବିତ ପରିଚାଳନା ପାଇଁ ସର୍ବାଧିକ ୧୫୮ କୋଟିର ବ୍ୟୟ ଅଟକଳ କରାଯାଇଛି । ଏହା ଦ୍ବାରା ଚିଲିକା ପାର୍ଶ୍ବବର୍ତ୍ତୀ ୧୫୧ ଗାଁର ୨ ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ । ସେହିପରି ଅଂଶୁପା ହ୍ରଦର ବିକାଶ ପାଇଁ ୨୧ କୋଟି ୨୩ ଲକ୍ଷ ଟଙ୍କାର ଯୋଜନାକୁ ମଞ୍ଜୁରୀ ମିଳିଛି । ଭିତରକନିକା ଆର୍ଦ୍ରଭୂମି ପାଇଁ ମଧ୍ୟ ଏହି ଯୋଜନାକୁ ଅନୁମୋଦନ ମିଳିଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି ।
Popular Categories



