www.samajalive.in
Wednesday, December 10, 2025
18.1 C
Bhubaneswar

ପୁଣି ଅଜଣା ଜନ୍ତୁ ଆତଙ୍କ; ଗଞ୍ଜାମରେ ୪୦ ଛେଳି ମୃତ

ଭୁବନେଶ୍ବର: କିଛି ଦିନର ନିରବତା ପରେ ପୁଣି ଅଜଣା ଜନ୍ତୁର ଆତଙ୍କ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ବାହାଡ଼ାଗୁଡ଼ା ଗାଁରେ ଅଜଣା ଜନ୍ତୁ ଆକ୍ରମଣରେ ଛେଳି ପଲଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ସେହି ଗାଁର ଗଙ୍ଗା ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳରେ ଛେଳି ପଲଙ୍କୁ ବାନ୍ଧି ଥିଲେ । କିଛି ସମୟ ପରେ ଗଙ୍ଗା ଗୌଡ଼ ଜଙ୍ଗଲରୁ ଫେରି ଦେଖିଲା ବେଳେକୁ ଗୁହାଳରେ ବନ୍ଧା ହୋଇଥିବା ଛେଳି ପଲ ମରି ପଡିଛନ୍ତି । ସବୁ ଛେଳିଙ୍କର ତଣ୍ଟି ପାଖରେ କାମୁଡ଼ା ଚିହ୍ନ ଥିବା ରହିଥିବା ​‌ବେଳେ ସମସ୍ତଙ୍କର ମୃତ୍ୟୁ ସମାନ ଢଙ୍ଗରେ ହୋଇଛି ବୋଲି ଗଙ୍ଗା ଗୌଡ଼ ଅଭିଯୋଗ କରିଛନ୍ତି। ତେବେ ଛେଲି ପଲଙ୍କୁ କିଏ ମାରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଅଜଣା ଜନ୍ତୁ ଆକ୍ରମଣରେ ଛେଳି ପଲଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ସ୍ଥାନୀୟଲୋକ ସନ୍ଦେହ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ପୂର୍ବେ କଟକ ଜିଲା ନିଆଳି ଅଞ୍ଚଳରେ ମେଣ୍ଢା ମଡକ ଦେଖିବାକୁ ମିଳିଥିଲା। ଅଜଣାଜନ୍ତୁ ଆକ୍ରମଣରେ ମେଣ୍ଢାମାନଙ୍କ ମୃତ୍ୟୁ ହୋଇଛି ବୋଲି ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ସେହିପରି ଗତ ବର୍ଷ ମଧ୍ୟ ଏଭଳି କିଛି ଘଟଣା ସାମ୍ନାକୁ ଆସିଥିଲା ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories