www.samajalive.in
Monday, December 8, 2025
17.1 C
Bhubaneswar

ପରିସ୍ଥିତି ଉପରେ ନିର୍ଭର କରିବ ପରମାଣୁ ଅସ୍ତ୍ର ବ୍ୟବହାର ନୀତି : ରାଜନାଥ ସିଂହ

ଯୋଧପୁର : ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର କରିବୁ ନାହିଁ ଆମର ନୀତି ରହିଛି। ହେଲେ ଭବିଷ୍ୟତରେ କ’ଣ ହେବ ତାହା ପରିସ୍ଥିତି ଉପରେ ନିର୍ଭର କରେ। ଏଭଳି କଡ଼ା ଭାଷାରେ ଶୁକ୍ରବାର ପାକିସ୍ତାନକୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ପାକିସ୍ତାନର ଅନେକ ମନ୍ତ୍ରୀ ଓ ରାଜନେତା ଭାରତକୁ ଯୁଦ୍ଧ ଧମକ ଦେଇଆସୁଛନ୍ତି। ଏହାକୁ ନେଇ ପାକିସ୍ତାନ ମିଳିତ ଜାତିସଂଘର ଦ୍ୱାରସ୍ଥ ହୋଇଛି। ପାକିସ୍ତାନୀ ବିଭିନ୍ନ ଦେଶରେ ଥିବା ଭାରତ ଦୂତାବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଭଳି ସମୟରେ ରାଜନାଥ ପରମାଣୁ ଅସ୍ତ୍ର ବ୍ୟବହାର କଥା କହି ପାକିସ୍ତାନକୁ ପରୋକ୍ଷରେ ଚେତାବନୀ ଦେଇଛନ୍ତି।

ରାଜନାଥ ସିଂହ ଶୁକ୍ରବାର ପୋଖରାନ ପରମାଣୁ ବୋମା ପରୀକ୍ଷଣ ସ୍ଥଳରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ସେ କହିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଯୋଗୁଁ ଆମ ଦେଶ ପରମାଣୁ ଶକ୍ତି ସମ୍ପନ୍ନ ହୋଇପାରିଛି। ଅନ୍ତର୍ଜାତୀୟ ଚାପକୁ ଅଣଦେଖା କରି ବାଜପେୟୀ ପରମାଣୁ ବୋମା ପରୀକ୍ଷା କରାଇଥିଲେ। ଏହା ପୂର୍ବରୁ ରାଜନାଥ ଜୈସଲମେରରେ ସେନା ଦ୍ୱାରା ଆୟୋଜିତ ସମାରେହରେ ଅନ୍ତର୍ଜାତୀୟ ସ୍କାଉଟ ମୋଟର୍ସ ପ୍ରତିଯୋଗିତାରେ ବିଜୟୀ ଭାରତୀୟ ସୈନ୍ୟ ଦଳକୁ ସମ୍ମାନିତ କରିଥିଲେ। ଭାରତୀୟ ସେନା ଏହି ପ୍ରତି ଯୋଗିତାରେ ପ୍ରଥମ ଥର ଭାଗ ନେଇଥିଲା। ଏହି ପ୍ରତିଯୋଗିତାରେ ରୁଷ, ଚୀନ ସମେତ ୮ଟି ଦେଶର ସୈନ୍ୟ ଭାଗ ନେଇଥିଲେ। ସେ ରୁଷର ଚର୍ଚ୍ଚା କରି କହିଥିଲେ ଯେ ଭାରତ-ରୁଷ ସମ୍ପର୍କ ବହୁତ ପୁରୁଣା ଓ ଗଭୀର। ମଧ୍ୟ ଏସିଆରେ କାଜାକିସ୍ତାନ ଓ ଅନ୍ୟ ଦେଶ ସହ ଭାରତର ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି। ସୁଦାନରେ ଗୋଟିଏ ଦଶକରୁ ଅଧିକ ସମୟ ହେବ ଶାନ୍ତି ସେନା ଯୋଗେ ଭାରତ ଉଲ୍ଲେଖନୀୟ ଯୋଗଦାନ କରିଛି। ଏହି କାର୍ଯ୍ୟକ୍ରମରେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories