www.samajalive.in
Tuesday, December 9, 2025
17.1 C
Bhubaneswar

କାଶ୍ମୀରକୁ ନେଇ ଟ୍ରମ୍ପଙ୍କ ୟୁଟର୍ଣ୍ଣ, ଆଉ କରିବେନି ମଧ୍ୟସ୍ଥତା

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗକୁ ନେଇ ୟୁଟର୍ଣ୍ଣ ମାରିଛନ୍ତି। କାଶ୍ମୀର ଉପରେ ମଧ୍ୟସ୍ଥତାର ପ୍ରସ୍ତାବ ଏବେ ଆଉ ବିଚାରଧୀନ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ସୋମବାର କହିଛନ୍ତି ଯେ ମଧ୍ୟସ୍ଥତା ନକରି ଭାରତ ଓ ପାକିସ୍ତାନକୁ ଦ୍ୱିପାକ୍ଷିକସ୍ତରରେ କାଶ୍ମୀର ପ୍ରସଙ୍ଗର ସମାଧାନ କରିବାକୁ ପ୍ରୋତ୍ସାହିତ କରିବା ଆମେରିକାର ଦଶକ ପୁରୁଣା ନୀତି ରହିଆସିଛି। ଆମେରିକା ଏବେବି ତାର ପୁରୁଣା ନୀତିରେ କାଏମ ରହିଥିବା ଜଣାଇଦେଇଛି। ନିକଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବେ କହିଥିଲେ ଯେ ଜାମ୍ମୁ କାଶ୍ମୀର ଉପରେ ତାଙ୍କର ମଧ୍ୟସ୍ଥତା ଭାରତ ଓ ପାକିସ୍ତାନ ରାଜି ହେବା ଉପରେ ନିର୍ଭର କରୁଛି। ଭାରତ ଏହି ପ୍ରସ୍ତାବକୁ ଗ୍ରହଣ କରିନାହିଁ। ତେଣୁ ଏବେ ଏହି ପ୍ରସ୍ତାବ ବିଚାରଧୀନ ନାହିଁ। ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ମଧ୍ୟ ଏହି ମାମଲାରେ ନିଜ ପକ୍ଷ ସ୍ପଷ୍ଟ କରିଛନ୍ତି। ଗୁଟେରେସ କହିଛନ୍ତି ଯେ ଭରତ ଏବଂ ପାକିସ୍ତାନ ଶିମଲା ରାଜିନାମା ଏବଂ ଲାହୋର ଘାଷଣାପତ୍ର ଅନୁସାରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଏହି ମାମଲାର ସମାଧାନ କରନ୍ତୁ।

- Advertisement -

ପ୍ରକାଶ ଯେ ଜୁଲାଇ ୨୨ରେ ହ୍ୱାଇଟ ହାଉସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଥିଲେ ଯେ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ କହିଥିଲେ। ସେତେବେଳେ ଭାରତ ସରକାର ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରିଥିଲେ। ମାତ୍ର ଏହାର ୧୦ ଦିନ ପରେ ଟ୍ରମ୍ପ ଆଉ ଥରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ ଓ ଭାରତ ଓ ପାକିସ୍ତାନ ରାଜି ହେଲେ ସେ ମଧ୍ୟସ୍ଥତା କରିବେ ବୋଲି କହିଥିଲେ। ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏବେ ଟ୍ରମ୍ପ ଏଥିରେ ୟୁଟର୍ଣ୍ଣ ନେଇଛନ୍ତି ଓ ମଧ୍ୟସ୍ଥତା ପ୍ରସ୍ତାବ ଆଉ ବିଚରାଧୀନ ନାହିଁ ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories