www.samajalive.in
Tuesday, December 9, 2025
16.1 C
Bhubaneswar

ବଜ୍ରପାତରେ ୧୫ମୃତ, ୫ ଆହତ

କଲକାତା : ୨୪ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ବଜ୍ରପାତରେ ୧୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରୁ ପୁରୁଲିଆରେ ୮ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ସୁନ୍ଦରବନରେ ବଜ୍ରପାତରେ ତିନିଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଝାଡ଼ଗ୍ରାମରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ପାରା ଥାନା ଇଲାକାରେ ମଧ୍ୟ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଦିଘା ଉଦୟପୁର ନିକଟରେ ବଜ୍ରାପାତରେ ଦୁଇଜଣ ଗୁରୁତର ଭାବେ ଆହତ ହେବାରୁ ସେମାନଙ୍କୁ ସ୍ଥାନୀୟ ଉଦୟପୁର ହାସପାତାଳରେ ଭର୍ତ୍ତି କରାଯାଇଛି। ଆହତ ଦୁଇଜଣ ପର୍ଯ୍ୟଟକ ଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ପୁରୁଲିଆରେ ବଜ୍ରପାତଦ୍ୱାରା ୮ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହାସପାତାଳରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ପୁୁରୁଲିଆ ଥାନା ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ନିକଟସ୍ଥ ବାବାବଜାର ଗ୍ରାମର ଏକ ପରିବାରର ୮ଜଣ ସଦସ୍ୟ ଚାଷ ଜମିରେ କାମ କରୁଥିବାବେଳେ ହଠାତ୍‍ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ର ପଡ଼ିଥିଲା। ଯାହାଦ୍ୱାରା ବଜ୍ରାଘାତରେ ଘଟଣାସ୍ଥଳରେ ୮ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ଜଣ ମହିଳା ଓ ୩ଜଣ ପୁରୁଷ ଥିବା କୁହାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହଗୁଡ଼ିକୁ ଉଦ୍ଧାର କରି ପୁରୁଲିଆ ହାସପାତାଳକୁ ପଠାଇଛି। ସେହିପରି ଆହତ ଅନ୍ୟ ଜଣଙ୍କୁ ମଧ୍ୟ ସ୍ଥାନୀୟ ଲୋକଙ୍କ ସହାୟତାରେ ହାସପାତାଳରେ ଭର୍ତ୍ତି କରାଯାଇଛି। ଘଟଣାକୁ କେନ୍ଦ୍ରକରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେହିପରି ପୁରୁଲିଆର ସାଓତାଲଡିହିଠାରେ ଦୁଇ ମହିଳାଙ୍କ ସହ ୫ଜଣ ଗୁରୁତର ଭାବେ ଆହତ ହେବାରୁ ସେମାନେ ହାସପାତାଳରେ ଚିକିତ୍ସାଧୀନ ଅଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories