www.samajalive.in
Wednesday, December 10, 2025
26.1 C
Bhubaneswar

ହରିଶଙ୍କରରେ ମାଡି ଆସିଲା ୧୦ଫୁଟର ପାଣି, ଖସିଲା ମାଟି ଅତଡା

ଖପ୍ରାଖୋଲ:ବଲାଙ୍ଗିର ଜିଲ୍ଲା ରେ ଲାଗିରହିଛି ପ୍ରବଳ ବର୍ଷା। ଦିନ ତମାମ ଲଗାଣ ବର୍ଷା ଲାଗି ରହିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ବର୍ଷା ଫଳରେ ହରିଶଙ୍କର ଡ୍ୟାମରେ ଜଳସ୍ତର ବୃଦ୍ଧିପାଇ ୧୦ଫୁଟରୁ ଉର୍ଦ୍ଧର ପାଣି ମାଡ଼ି ଆସିଥିଲା। ଫଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଶ୍ରାବଣ ଶେଷ ସୋମବାର ଥିବାରୁ ହରିଶଙ୍କରରେ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ହରିଶଙ୍କରରେ ପ୍ରାୟ ୪୦ହଜାରରୁ ଉଦ୍ଧଭକ୍ତ ଆଜି ବାବା ହରିଶଙ୍କର ଦର୍ଶନ କରିବାକୁ ଆସିଥିଲେ।ମାଟି ଅତଡା ଖସିବା ସହ ୧୦ ଫୁଟର ପାଣି ମାଡି ଆସିବାରୁ ଭକ୍ତମାନେ ଭୟରେ ଇଆଡ଼େ ସିଆଡ଼େ ଧାଇଁବାକୁ ଆରମ୍ଭ କରିଥିଲେ ।

ତେବେ ଝରଣାର ଶ୍ରୋତ ଏତେ ପ୍ରଖର ଥିଲା ଯେ ସେଠାରେ ଥିବା ହନୁମାନ ମୂର୍ତ୍ତୀ ତାରିପାଖରେ ଥିବା ଲୁହା ରେଲିଙ୍ଗକୁ ମଧ୍ୟ ଭାଙ୍ଗି ଦେଇଥିଲା। ହଠାତ ପାଣି ମାଡି ଆସିବାରୁ ଝରଣା ଆରପଟେ ଥିବା ଭକ୍ତମାନେ ଫସିଯାଇଥିଲେ। ଭୟରେ ଚିତ୍କାର କରିବାକୁ ଲାଗିଥିଲେ ଭକ୍ତ। ହରିଶଙ୍କରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories