www.samajalive.in
Saturday, December 6, 2025
26.1 C
Bhubaneswar

ସାରାଙ୍କ ଜନ୍ମଦିନ ଅବସରରେ ରିଲିଜ୍‍ ହେଲା ‘କୁଲୀ ନମ୍ବର ୧’ର ନୂଆ ପୋଷ୍ଟର

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଜନ୍ମଦିନ ଅବସରରେ ସୋମବାର ‘କୁଲୀ ନମ୍ବର ୧’ର ନୂଆ ପୋଷ୍ଟର ରିଲିଜ୍‍ କରାଯାଇଛି। ଚଳଚ୍ଚିତ୍ରରେ ସାରା ଓ ବରୁଣ ଧାୱନ ନାୟକ-ନାୟିକା ଭାବେ ଅଭିନୟ କରିଛନ୍ତି। ରବିବାର ଚଳଚ୍ଚିତ୍ରର ଟିଜର୍‍ ପୋଷ୍ଟର ରିଲିଜ୍‍ କରାଯାଇଥିବା ବେଳେ ଆଜି ନିର୍ମାତା ଚଳଚ୍ଚିତ୍ରର ୨ଟି ନୂଆ ପୋଷ୍ଟର ରିଲିଜ୍‍ କରିଛନ୍ତି। ତମ୍ନଧ୍ୟରୁ ଗୋଟିଏରେ ସାରା ବରୁଣଙ୍କ ସହ ନଜର ଆସିଛନ୍ତି। ବରୁଣ ଟ୍ୱିଟରରେ ପୋଷ୍ଟର ଶେୟାର କରି ସାରାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି।

- Advertisement -

ପୋଷ୍ଟରରେ ସାରାଙ୍କର ଖୁବ୍‍ ଆକର୍ଷକ ରୂପ ଦେଖିବାକୁ ମିଳିଥିବା ବେଳେ ବରୁଣ ତାଙ୍କ ସହ କୁଲୀ ବେଶରେ ନଜର ଆସିଛନ୍ତି। ଏହାବ୍ୟତୀତ ବରୁଣ ଆଉ ଏକ ପୋଷ୍ଟର ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ଧଳା-ନାଲି ପୋଷାକ ସହ ଧଳା ଟୋପି ଓ ବେକରେ ଗାମୁଛା ପକାଇ ଜିନିଷପତ୍ର ରଖିବା ଗାଡ଼ି ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରକୁ ମୋଶନ ଫର୍ମରେ ମଧ୍ୟ ରିଲିଜ୍‍ କରାଯାଇଛି।
ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ର ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ଗୋବିନ୍ଦା-କରିଶ୍ମାଙ୍କ ଅଭିନୀତ ‘କୁଲୀ ନମ୍ବର ୧’ର ରିମେକ୍‍। ଏହା ଆସନ୍ତା ବର୍ଷ ମେ ୧ ତାରିଖରେ ମୁକ୍ତିଲାଭ କରିବ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories