ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବଡ଼ ଧରଣର ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ। ଏହା ପରେ ଦଳର ଅଧ୍ୟକ୍ଷ କିଏ ହେବ ତାହାକୁ ନେଇ ଅନେକ ଦିନ ଧରି ଚର୍ଚ୍ଚା ଆଲୋଚନା ଚାଲିବା ପରେ ଶନିବାର କଂଗ୍ରେସର କାର୍ଯ୍ୟକାରିଣୀ କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି। ଏଥିପାଇଁ ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଯାଇଛି। ବୈଠକରେ ଦଳର ଅଧ୍ୟକ୍ଷ ପଦବୀ ଉପରେ ମନ୍ଥନ ଚାଲିବ। କାହାକୁ ଅଧ୍ୟକ୍ଷ କରାଯିବ ସେ ନେଇ ଦଳର ବରିଷ୍ଠ ନେତାମାନଙ୍କ ପରାମର୍ଶ ନିଆଯିବା ସହିତ ତାହା ଉପରେ ଆଲୋଚନା ହେବ। ଏକାଧିକ ଥର ବିଚାରବିମର୍ଶ କରି ଦଳର ନେତାକୁ ଚୟନ କରାଯାଉ ବୋଲି ରାହୁଲ ଚାହୁଁଛନ୍ତି। କୁହାଯାଉଛି ଯେ, ବୈଠକରେ ପ୍ରସ୍ତାବିତ ନାମ ଉପରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବିଚାର କରିବ। ଆଗାମୀ ଦୁଇ ତିନି ଦିନ ପର୍ଯ୍ୟନ୍ତ କମିଟିର ସଦସ୍ୟମାନେ ଅନ୍ୟ ନେତାମାନଙ୍କ ସହିତ ଆଲୋଚନା କରି ଅଧ୍ୟକ୍ଷ ଚୟନ କରିବାର ପ୍ରକ୍ରିୟା ଶେଷ କରିବେ।
କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ, ଅଧ୍ୟକ୍ଷ ପଦବୀ ପାଇଁ ଚାଲିଛି ମନ୍ଥନ
Popular Categories



