www.samajalive.in
Sunday, December 7, 2025
15.1 C
Bhubaneswar

ଶନିବାର ରାଶିଫଳ

ମେଷ: କୁମିତ୍ରମାନେ ବିପଦରେ ପକାଇବାକୁ ପ୍ରବଳ ଉଦ୍ୟମ କରିପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିବେ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। କୌଣସି ଶୁଭକର୍ମ ଥିଲେ ତାକୁ ସ୍ଥଗିତ ରଖିବା ବୁଦ୍ଧିମାନର କାର୍ଯ୍ୟ ହେବ।
ବୃଷ: ନିଜ କାର୍ଯ୍ୟର ସମୀକ୍ଷା କରିବେ। ସୁଖ-ସନ୍ତୋଷ ଲାଭ କରିପାରନ୍ତି। ଆପଣଙ୍କ କର୍ମ କୁଶଳତାର ପରିପ୍ରକାଶ ଘଟିବ। ପାରିବାରିକ ସୁଖ ମିଳିବ। ସନ୍ମାର୍ଗୀ ହେବେ। କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି।
ମିଥୁନ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଉପୁଜିଥିବା ସମସ୍ୟାର ସମାଧାନ ହେବ। ଅର୍ଥ ଲାଭର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। କାର୍ଯ୍ୟ କଲାବେଳେ ବୁଦ୍ଧି ହଜି ଯାଇପାରେ। ସତର୍କ ରହିବେ।
କର୍କଟ: ଚିନ୍ତାଗ୍ରସ୍ତ ହୋଇପାରନ୍ତି। କର୍ତ୍ତବ୍ୟନିଷ୍ଠ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସର୍ବ ସୁଖର ଅଧିକାରୀ ହୋଇପାରନ୍ତି। ଶତ୍ରୁମାନେ ଉପଦ୍ରବ ନକରି ଆପଣା ଛାଏଁ ଓହରି ଯିବେ।
ସିଂହ: ଦୂରଯାତ୍ରା ଆପଣଙ୍କ ପାଇଁ ମଙ୍ଗଳଦାୟକ ହେବ। ବେପାର-ବଣିଜ ଲାଭଦାୟକ ହେବ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ବସ୍ତ୍ର, କାଞ୍ଚନ ଓ ଚତୁଷ୍ପଦ ପ୍ରାପ୍ତ ହୋଇ ଖୁସି ହେବେ। ବହୁ ସୁଖ ମିଳିବ। ବିଜୟୀ ହେବେ। ମାନସିକ ଅଶାନ୍ତି ଦୂର ହେବ।
କନ୍ୟା: ଜଞ୍ଜାଳ ଦୂରେଇ ଯିବ। ଉଚ୍ଚସମ୍ମାନ ଲାଭ କରିବେ। ସତ୍‍କର୍ମରେ ଅକୁଣ୍ଠିତ ଚିତ୍ତରେ ବ୍ୟୟ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ମିଳିପାରେ। ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ। ପତ୍ନୀ ମିତ୍ର, ଧର୍ମରତ ଓ ଗୁରୁଭକ୍ତ ହେବେ।
ତୁଳା: କାର୍ଯ୍ୟ ହାସଲ କରିବାକୁ ହେଲେ ପ୍ରତୀକ୍ଷା ଆବଶ୍ୟକ। ସୁଖ-ଶାନ୍ତିରେ ଦିନଟି ବିତାଇ ପାରନ୍ତି। ପ୍ରବଳ ମାତ୍ରାରେ ଜନ ସମର୍ଥନ ମିଳିବ। ମନ ପ୍ରଫୁଲ୍ଲ ରହିବ। ଭାଗ୍ୟର ପରିବର୍ତ୍ତନ ଘଟାଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି।
ବିଛା: ଭୁଲ ବୁଝାମଣା ଦୂର ହୋଇ ପାରସ୍ପରିକ ବୁଝାମଣା ଉତ୍ତମ ଧରଣର ହେବେ। ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରି ଚାଲିବେ। ପ୍ରଶଂସିତ ହେବେ। ଆୟ ବୃଦ୍ଧିର ସୂଚନା ମିଳିବ। କାର୍ଯ୍ୟରେ ସଫଳତା ମିଳିବ। ଦ୍ରବ୍ୟ ଲାଭ ସହିତ, ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ।
ଧନୁ: ଯେଉଁ କାର୍ଯ୍ୟ କରୁଥିବେ, ତା’ ସହିତ ଅନ୍ୟ କାର୍ଯ୍ୟ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିବେ। କାର୍ଯ୍ୟ କଷ୍ଟଦାୟକ ହୋଇପାରେ। ଚିନ୍ତାଦୂର ହେବ। ଆୟ ବୃଦ୍ଧିର ସୂଚନା ମିଳୁଛି। ଖର୍ଚ୍ଚାନ୍ତ ହେବାର ପରିସ୍ଥିତି ଉପୁଜିଛି। କଥାର ଶୈଳୀ ସୁଖଦାୟକ ହେବ।
ମକର: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଆୟବୃଦ୍ଧିର ସୂଚନା ମିଳୁଛି। କର୍ମତତ୍ପର ହେବେ। ହସଖୁସିରେ ଦିନଟି ଅତିବାହିତ ହୋଇପାରେ। ଶ୍ରେଷ୍ଠ ପଦ-ପଦବୀ ମିଳିବ। ଶତ୍ରୁ ଉପରେ ବିଜୟ ହାସଲ କରିବେ। ଧନ, ଋଦ୍ଧି ଲାଭ ହେବ।
କୁମ୍ଭ: କଥାରେ ଲୋକଙ୍କୁ ବାନ୍ଧି ରଖିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ପରଶ୍ରମର ଫଳ ମିଳିବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। କର୍ମକ୍ଷେତ୍ରରେ ବିଶେଷ ଉନ୍ନତି ସମ୍ଭବ ହେବ। ଶାସ୍ତ୍ରାନୁରକ୍ତ ହେବେ। ବୁଦ୍ଧିମାନ ଓ ବିବେକୀ ହେବେ।
ମୀନ: ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଅର୍ଥ ସଞ୍ଚୟ କରିପାରନ୍ତି। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି। କଳ୍ପନା ବିଳାସୀ ହେବେ। ସୌନ୍ଦଯ୍ୟ ଉପଭୋଗ କରିବେ। ଭୋଗପ୍ରିୟ ହୋଇପାରନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories