www.samajalive.in
Sunday, December 7, 2025
16.1 C
Bhubaneswar

ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ବନ୍ୟା ବିତ୍ପାତ: ୬୧ ମୃତ, ଶତାଧିକ ନିଖୋଜ

ମହାରାଷ୍ଟ୍ର/କୋଝିକୋଡ଼/ବେଙ୍ଗାଲୁରୁ/ଚେନ୍ନଇ : ମହାରାଷ୍ଟ୍ର ଓ ଦକ୍ଷିଣ ଭାରତର ୩ ରାଜ୍ୟରେ ପ୍ରବଳ ବର୍ଷାରୁ ବିତ୍ପାତ ସୃଷ୍ଟି ହୋଇଛି। ଏହି ରାଜ୍ୟଗୁଡ଼ିକରେ ବର୍ଷା ଏବଂ ବନ୍ୟା କାରଣରୁ ଏପର୍ଯ୍ୟନ୍ତ ୬୧ ଜଣଙ୍କ ମୃତ୍ୟୁ ହୋଇସାରିଛି ଓ ଶତାଧିକ ଲୋକ ନିଖୋଜ ଥିବା କୁହାଯାଉଛି। ବର୍ଷା ଓ ବନ୍ୟାରେ ଶୁକ୍ରବାର ସୁଦ୍ଧା ମହାରାଷ୍ଟ୍ରରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କେରଳରେ ୨୩, କର୍ଣ୍ଣାଟକରେ ୯ ଓ ତାମିଲନାଡୁରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ବନ୍ୟା ଯୋଗୁଁ ଏହି ୪ ରାଜ୍ୟର ଲକ୍ଷାଧିକ ଲୋକ ବିସ୍ଥାପିତ ହୋଇଛନ୍ତି।

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ବିଭିନ୍ନ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମୁମ୍ବଇର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ରହିଛି। ବର୍ଷା ଏଂବ ବନ୍ୟାରେ ପ୍ରଭାବିତ ସାଂଗଲୀ, କୋହ୍ଲାପୁର, ସୋଲାପୁର, ପୁନେ ଏବଂ ସତାରାରେ ଫସି ରହିଥିବା ୨,୦୫,୫୯୧ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବର୍ଷା ଓ ବନ୍ୟାରେ ୨୭୮ ଜଣଙ୍କ ମୃତ୍ୟୁ ହୋଇଛି। ସାଂଗଲୀକୁ ଉଦ୍ଧାରକାରୀ ଦଳଙ୍କୁ ପଠାଯାଇଛି। ସାଂଗଲୀରେ ଡଙ୍ଗା ବୁଡ଼ି ୯ ଜଣଙ୍କ ମୃତ୍ୟୁ ଘଟିଛି। କୋହ୍ଲାପୁରରୁ ୯୭,୧୦୨ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାବେଳେ ସାଂଗଲୀର ୮୦,୩୧୯, ପୁନେରୁ ୧୩,୩୩୬, ସୋଲାପୁରରୁ ୭,୭୪୯, ସତାରାରୁ ୭.୦୮୫ ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବର୍ଷା ଓ ବନ୍ୟା ଜନିତ ଦୁର୍ଘଟଣାରେ ସାଂଗଲୀରେ ୧୧, କୋହ୍ଲାପୁରରେ ୨, ସତାରାରେ ୭, ପୁନେରେ ୬ ଏବଂ ସୋଲାପୁରରେ ଜଣଙ୍କ ମୃତ୍ୟୁ ଘଟିଛି।

- Advertisement -

କେରଳରେ ବର୍ଷା, ଭୂସ୍ଖଳନ ଏବଂ ବନ୍ୟାରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। କେରଳରେ ମୂଷଳଧାରାରେ ବର୍ଷା ଲାଗି ରହିଥିବାବେଳେ ପ୍ରବଳ ବେଗରେ ପବନ ବହୁଛି। କୋଝିକୋଡ଼ରେ ବନ୍ୟାରେ ଶୁକ୍ରବାର ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୱାୟନାଡ଼ରେ ଭୂସ୍ଖଳନରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମାଟି ତଳେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ଏର୍ଣ୍ଣାକୁଲମରେ ଲୋକଙ୍କ ଘରେ ପାଣି ପଶିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୋଚିରେ ସ୍କୁଲ, କଲେଜ ବନ୍ଦ ରହିଥିବାବେଳେ ବିମାନ ବନ୍ଦରରେ ବିମାନ ଉଡ଼ାଣ ବନ୍ଦ ରହିଛି।

ସେହିପରି କର୍ଣ୍ଣାଟକର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଓ ବନ୍ୟାରେ ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ଘଟିଛି। ୧୬,୮୭୫ ଲୋକ ଏବଂ ୩,୦୧୦ ପଶୁଙ୍କୁ ଉଦ୍ଧାର କରାଯାଇ ୨୭୨ଟି ରିଲିଫ କେନ୍ଦ୍ରରେ ରଖାଯାଇଛି।

ତାମିଲନାଡୁର କେତେକ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। କୋୟମ୍ବାଟୁରରେ ବର୍ଷା ଜନିତ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ନୀଳଗିରି, ଥେନି, ତିରୁନେଲଭେଲି ଏବଂ କନ୍ୟାକୁମାରୀରେ ବନ୍ୟା ସୃଷ୍ଟି ହୋଇଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଧ୍ୟପ୍ରଦେଶ, ଛତିଶଗଡ଼, ଗୋଆ, ମହାରାଷ୍ଟ୍ର, ଗୁଜୁରାଟ ଏବଂ କର୍ଣ୍ଣାଟକରେ ଆସନ୍ତା ୨ ଦିନ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories