www.samajalive.in
Monday, December 8, 2025
17.1 C
Bhubaneswar

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ଗିରଫ

ମୟୁରଭଞ୍ଜ: ଜଣେ ଦିବ୍ୟାଙ୍ଗ ଯୁବତୀ ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଏକ ଗ୍ରାମରୁ ଏହି ଅଭିଯୋଗ ଆସିଛି। ଏସମ୍ପର୍କରେ ପୀଡିତାଙ୍କ ମାଆ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତିନି ଦିନ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲେ । ଏହି ମାମଲାରେ ପୁଲିସ ରବିବାର ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ସ୍ଥାନୀୟ ଅଞ୍ଚଳର ବାବୁଲି ବଦ୍ରା। ପୀଡିତାଙ୍କ ଡାକ୍ତରୀ ମାଇନା ପାଇଁ ଡାକ୍ତଖାନା ପଠାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ଦିବ୍ୟାଙ୍ଗ ଯୁବତୀ ଜଣକ ଘର ବାହାରେ ଶୋଇଥିବା ବେଳେ ତାଙ୍କ ମାଆ ପାଣି ଆଣିବାକୁ ବାହାରକୁ ଯାଇଥିଲେ। ଏହି ସୁଯୋଗରେ ବାବୁଲି ଦିବ୍ୟାଙ୍ଗ ଯୁବତୀଙ୍କୁ ନିକଟସ୍ଥ ଏକ ଜଙ୍ଗଲକୁ ଉଠାଇ ନେଇ ଦୁଷ୍କର୍ମ କରି ଫେରାର ହୋଇଥିଲା। ପରେ ପୀଡିତାଙ୍କ ମାଆ ତାଙ୍କୁ ଜଙ୍ଗଲରୁ ଉଦ୍ଧାର କରିଥିଲେ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories