www.samajalive.in
Tuesday, December 9, 2025
16.1 C
Bhubaneswar

୮ ବର୍ଷରେ ଅନ୍ୟନ୍ୟ ପ୍ରତିଭା : ସିଧା ନବମ ଶ୍ରେଣୀରେ ଲେଖାଇବ ନାମ

ଲକ୍ଷ୍ନୌ : କୁହାଯାଏ ଦୃଢ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ଥିଲେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ। ଏକଥା ପ୍ରମାଣିତ କରିଛନ୍ତି ଲକ୍ଷ୍ନୌର ଜଣେ ୮ ବର୍ଷର ବାଳକ ରାଷ୍ଟ୍ରମ ଆଦିତ୍ୟ ଶ୍ରୀକୃଷ୍ଣ। ଦୃଢ ଅଧ୍ୟବସାୟ ବଳରେ ସେ ମାତ୍ର ୮ ବର୍ଷ ବୟସରେ ନବମ ଶ୍ରେଣୀରେ ନାମ ଲେଖାଇବାକୁ ଯୋଗ୍ୟ ହୋଇଛନ୍ତି। ଏବେ ସେ ଉତ୍ତରପ୍ରଦେଶ ବୋର୍ଡ ମାନ୍ୟତାପ୍ରାପ୍ତ କୌଣସି ମାଧ୍ୟମିକ ସ୍କୁଲରେ ସିଧା ନବମ ଶ୍ରେଣୀରେ ନାମ ଲେଖାଇ ପାରିବ। ଉତ୍ତରପ୍ରଦେଶ ବୋର୍ଡର ପ୍ରସ୍ତାବ କ୍ରମେ ସରକାର ତାଙ୍କୁ ଏଥିପାଇଁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ ରାଏବରେଲୀ ନିବାସୀ ପବନ କୁମାର ଆଚାର୍ଯ୍ୟ ୨୦୧୮ରେ ତାଙ୍କ ପୁଅ ରାଷ୍ଟ୍ରମ ଆଦିତ୍ୟ ଶ୍ରୀକୃଷ୍ଣକୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବସିବାକୁ ଦେବାକୁ ବୋର୍ଡକୁ ଅନୁମତି ମାଗିଥିଲେ। ସେ ଦାବି କରିଥିଲେ ଯେ ତାଙ୍କ ପୁଅ ବହୁତ ମେଧାବୀ ଓ ପ୍ରତିଭାବାନ। କୌଣସି ବିଦ୍ୟାଳୟରେ ନୁହେଁ ବରଂ ଘରେ ତାକୁ ଏପରି ଶିକ୍ଷା ଦିଆଯାଇଛି ଯେ ସେ ସିଧାସଳଖ ହାଇସ୍କୁଲ ବୋର୍ଡ ପରୀକ୍ଷା ଦେଇପାରିବ। ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିନୟ କୁମାର ପଣ୍ଡିତ ଏହି ମାମଲାକୁ ୟୁପି ବୋର୍ଡ ସଚିବ ନୀନା ଶ୍ରୀବାସ୍ତବଙ୍କ ନିକଟକୁ ପଠାଇଥିଲେ। ୧୪ ବର୍ଷରୁ କମ ବୟସର ପିଲା ଦଶମ ଶ୍ରେଣୀ ପରୀକ୍ଷା ଦେଇପାରିବେ ନାହିଁ ବୋଲି ନିୟମ ଥିବାରୁ ବୋର୍ଡ ତାଙ୍କୁ ଅନୁମତି ଦେବାକୁ ମନା କରିଦେଇଥିଲା। ମାତ୍ର ଏହି ମାମଲାରେ ବୋର୍ଡ ସରକାରଙ୍କୁ ଅନମୁତି ମାଗିଥିଲା। ଏହି କ୍ରମରେ ସରକାର ରାଷ୍ଟ୍ରମ ଆଦିତ୍ୟ ଶ୍ରୀକୃଷ୍ଣକୁ ସିଧାସଳଖ ଭାବେ ନବମରେ ନାମ ଲେଖାଇବାକୁ ସ୍ୱତନ୍ତ୍ର ଅନୁମତି ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories