www.samajalive.in
Tuesday, December 9, 2025
17.1 C
Bhubaneswar

ଆପ୍‌ ବିଧାୟକ କପିଳ ମିଶ୍ର ଅଯୋଗ୍ୟ ଘୋଷିତ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋୟଲ ଶୁକ୍ରବାର ବିଦ୍ରୋହୀ ଆମ୍‌ ଆଦମୀ ପାର୍ଟି (ଆପ୍‌) ବିଧାୟକ କପିଳ ମିଶ୍ରଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଗତ ଲୋକସଭା ନିର୍ବାଚନ ସମୟରେ କପିଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ପ୍ରଚାରରେ ସାମିଲ ହୋଇଥିବାରୁ ଦଳବଦଳ ନିରୋଧୀ ଆଇନ ବଳରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହି ନିର୍ଦେଶ ପିଛିଲା ଭାବେ ୨୦୧୯ ଜାନୁଆରୀ ୨୭ରୁ ଲାଗୁ ହେବ ବୋଲି ବାଚସ୍ପତିିଙ୍କ ନିର୍ଦେଶରେ କୁହାଯାଇଛି। କରୱାଲ ନଗର ବିଧାୟକ କପିଳଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦଳର ଅନ୍ୟତମ ବିଧାୟକ ସୌରଭ ଭରଦ୍ବାଜ ବିଧାନସଭାରେ ଦାବି ଉତ୍ଥାପନ କରିଥିଲେ। ତେବେ ବାଚସ୍ପତିଙ୍କ ନିର୍ଦେଶ ବିରୋଧରେ ଅଦାଲତକୁ ଯିବେ ବୋଲି କପିଳ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ କପିଳଙ୍କର ସମ୍ପର୍କ ଭଲ ନ ଥିଲା। କପିଳ କେଜ୍ରିୱାଲ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ସତ୍ୟାଗ୍ରହ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories