www.samajalive.in
Monday, December 8, 2025
27.1 C
Bhubaneswar

ପରମ୍ପରା ଭାଙ୍ଗିବ ଶିବସେନା: ପରିବାରରୁ ପ୍ରଥମ ନିର୍ବାଚନ ଲଢ଼ିବେ ଆଦିତ୍ୟ

ମୁମ୍ବଇ: ମହାରାଷ୍ଟ୍ର ରାଜନୀତିରେ ସବୁଠୁ ପ୍ରଭାବଶାଳୀ ଶକ୍ତି ଭାବେ ଶିବସେନା ଗତ ପ୍ରାୟ ତିନି ଦଶନ୍ଧି ଧରି ଏହାର ପ୍ରାଧାନ୍ୟ ଜାହିର କରିଆସିଛି। ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ପରେ ତାଙ୍କ ପୁଅ ଉଦ୍ଧବ ଠାକ୍‌ରେ ଏହାର ନେତୃତ୍ବ ନେଇ ଆସୁଛନ୍ତି। ସମ୍ପୂର୍ଣ୍ଣ ପାରବାରିକ ପରିଚାଳନାରେ ଥିବା ଶିବସେନାର ଭବିଷ୍ୟତ ନେତା ଭାବେ ଉଦ୍ଧବଙ୍କ ପୁଅ ଆଦିତ୍ୟଙ୍କ ଆବିର୍ଭାବ ହୋଇଛି। ଶିବସେନାର ବହୁ ସଦସ୍ୟ ବିଧାୟକ ଓ ସାଂସଦ ଭାବେ ନିର୍ବାଚିତ ହେବା ସହ ରାଜ୍ୟ ଓ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି। ଏ ସବୁ ସତ୍ତ୍ବେ ଠାକ୍‌ରେ ପରିବାରର ​କୌଣସି ସଦସ୍ୟ ପ୍ରତ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ନାହାନ୍ତି କିମ୍ବା କୌଣସି ସରକାରୀ ପଦପଦବୀ ମଣ୍ଡନ କରି ନାହାନ୍ତି। ସେନା ଏବେ ଏହାର ରାଜନୈତିକ ​କୌଶଳରେ ପରିବର୍ତ୍ତନ ଆଣିଛି। ସେନା ପରମ୍ପରାର ବ୍ୟତିକ୍ରମ ଘଟାଇ ପ୍ରଥମ ଥର ପାଇଁ ୨୯ବର୍ଷୀୟ ଆଦିତ୍ୟ ଠାକ୍‌ରେ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିବା ଖବର ମିଳିଛି। ‘ଯୁବ ସେନା’ ଅଧ୍ୟକ୍ଷ ଥିବା ଆଦିତ୍ୟ ଏଥିପାଇଁ ପ୍ରସ୍ତୁତି ସ୍ବରୂପ ସମ୍ପ୍ରତି ମୁମ୍ବଇରେ ‘ଜନ ଆଶୀର୍ବାଦ ଯାତ୍ରା’ ଚଳାଇଛନ୍ତି। ଏହା ମାଧ୍ୟମରେ ସେ ଯୁବ ଭୋଟରଙ୍କୁ ନିଜ ସହିତ ବାନ୍ଧି ରଖିବାକୁ ଯୋଜନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଆଦିତ୍ୟ ସମ୍ମାନଜନକ ୱର୍ଲି ଆସନରୁ ବିଧାନସଭା ପାଇଁ ପ୍ରାର୍ଥୀ ହେବେ ବୋଲି ସୂଚନା ମିଳିଛି। ଏହି କାରଣରୁ ୱର୍ଲି ଆସନରେ କଂଗ୍ରେସର ଶକ୍ତିଶାଳୀ ନେତା ସଚିନ ଆହିରଙ୍କୁ ଗତ ସପ୍ତାହରେ ଶିବସେନା ନିଜ ପକ୍ଷକୁ ଆଣିବାରେ ସକ୍ଷମ ହୋଇଛି। ସଚିନ ସେନାରେ ସାମିଲ ହେବା ଦ୍ବାରା ଆଦିତ୍ୟଙ୍କ ପାଇଁ ପଥ ପରିଷ୍କାର ହୋଇଛି। ଅପରପକ୍ଷରେ ଗତ ତିନି ଦଶନ୍ଧି ଧରି ସେନା ସହିତ ମେଣ୍ଟ କରିଆସୁଥିବା ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଥିଲାବେଳେ ନିର୍ବାଚନ ଫଳାଫଳ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ସ୍ଥିର କରିବ ବୋଲି କୁହାଯାଉଛି। ଅତଏବ ମୁଖ୍ୟମନ୍ତ୍ରୀ ପଦକୁ ଚାହଁି ନିର୍ବାଚନରେ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୧୪ ନିର୍ବାଚନରେ ବିଜେପି ଓ ସେନା ଅଲଗା ହୋଇ ନିର୍ବାଚନ ଲଢ଼ିଥିଲେ; କିନ୍ତୁ ପରେ ପରସ୍ପର ହାତ ମିଳାଇଥିଲେ; କିନ୍ତୁ ଆଗାମୀ ନିର୍ବାଚନରେ ଉଭୟ ଦଳ ସମାନ ୧୪୪ଟି ଲେଖାଏଁ ଆସନ (ମୋଟ ୨୮୮)ରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଆପାତତଃ ନିଷ୍ପତ୍ତି ନେଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories