www.samajalive.in
Wednesday, December 10, 2025
26.1 C
Bhubaneswar

ପୂର୍ବ ନିର୍ଦ୍ଦେଶକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦୁର୍ଘଟଣା ମାମଲାର ଶୁଣାଣି ଉତ୍ତର ପ୍ରଦେଶରୁ ଦିଲ୍ଲୀ ବଦଳି କରିବାପାଇଁ ସୁପ୍ରିମକୋର୍ଟ ତାଙ୍କର ପୂର୍ବ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି। ସି.ବି.ଆଇ. ପକ୍ଷରୁ ସଲିସିଟର ଜେନେରାଲ୍‍ ତୁଷାର ମେହତା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍‍ ଦୀପକ୍‍ ଗୁପ୍ତାଙ୍କ ଖଣ୍ଡପୀଠ ଆଗରେ କହିଥିଲେ, ଦୁର୍ଘଟଣା ଗତ ରବିବାର ଦିନ ଘଟିଛି ଏବଂ ବର୍ତ୍ତମାନ ସେ ସଂକ୍ରାନ୍ତରେ ତଦନ୍ତ ଚାଲିଛି। ତଦନ୍ତ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଆଇନ ଅନୁଯାୟୀ ଏହି ମାମଲାକୁ ଅନ୍ୟତ୍ର ବଦଳି କରାଯାଇପାରିବ ନାହିଁ ବୋଲି ମେହେତା ଖଣ୍ଡପୀଠ ଆଗରେ କହିବା ପରେ ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି।

ଖଣ୍ଡପୀଠ କହିଛନ୍ତି, ପୀଡ଼ିତାଙ୍କୁ ନୂଆଦିଲ୍ଲୀର ଏମ୍ସରେ ଚିକିତ୍ସା କରିବାପାଇଁ ତାଙ୍କ ପରିବାର ଚାହିଁଲେ ନେଇପାରିବେ। ପୀଡ଼ିତା ସଂଜ୍ଞାହୀନ ଅବସ୍ଥାରେ ଭେଣ୍ଟିଲେଟରରେ ରହୁଥିବାରୁ ବର୍ତ୍ତମାନ ତାଙ୍କୁ ଲକ୍ଷ୍ନୌରେ ଚିକିତ୍ସା କରାଯାଉ ବୋଲି ପରିବାର ଚାହୁଁଥିବା ବିଷୟ ବରିଷ୍ଠ ଓକିଲ ଭି. ଗିରି କୋର୍ଟରେ ଜଣାଇଥିଲେ ଏବଂ କୋର୍ଟ ଏହାକୁ ଗ୍ରହଣ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories