www.samajalive.in
Wednesday, December 10, 2025
26.1 C
Bhubaneswar

ସଂସଦର ଅନୁମୋଦନ ଲାଭ କଲା ଦେବାଳିଆ ଆଇନ ବିଲ୍‍-୨୦୧୯

ନୂଆଦିଲ୍ଲୀ : ଦେବାଳିଆ ଆଇନ ବିଲ୍‍-୨୦୧୯ ଲୋକସଭାରେ ଆଜି ଗୃହିତ ହେବା ସହ ଏହା ସଂସଦର ଅନୁମୋଦନ ଲାଭ କରିଛି। ପୂର୍ବରୁ ବିଲ୍‍ ରାଜ୍ୟସଭାରେ ଗୃହୀତ ହୋଇସାରିଥିଲା । ଉଦ୍ୟୋଗ ପୁନର୍ଗଠନ ଯୋଜନା ସଂକ୍ରାନ୍ତ ଅନୁମତି ପ୍ରଦାନ ଓ ଭୋଟର୍‍ମାନଙ୍କର ଅଧିକୃତ ପ୍ରତିନିଧିମାନଙ୍କ ଅଧିକାର ଓ କର୍ତ୍ତବ୍ୟ ସଂକ୍ରାନ୍ତରେ ସ୍ପଷ୍ଟତା ଆଣିବା ବିଲ୍‍ର ମୂଳଲକ୍ଷ୍ୟ।
ବିଲରେ ଅଣାଯାଇଥିବା ସଂଶୋଧନ ଅନୁସାରେ ଋଣ ଖିଲାପ କରିଥିବା ଏକ କମ୍ପାନୀକୁ ଋଣ ଦେଇଥିବା କମିଟିକୁ’ ଅବଶିଷ୍ଟ ସମ୍ପତ୍ତି ବିତରଣ ଓ ସମାଧାନ ପ୍ରକ୍ରିୟାରେ ଅତିରିକ୍ତ କ୍ଷମତା ପ୍ରଦାନ କରାଯିବ ଓ ମାମଲାର ସମାଧାନପାଇଁ ୩୩୦ ଦିନର ସମୟସୀମା ଧାର୍ଯ୍ୟ କରାଯିବାର ବ୍ୟବସ୍ଥା ଅଛି। ବିରୋଧି ଦଳ ସଦସ୍ୟମାନଙ୍କର କିଛି ପ୍ରଶ୍ନର ଉତ୍ତର ଦେଇ ଅର୍ଥ ଓ ଉଦ୍ୟୋଗ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଏହି ଆଇନ ଗୋଟିଏ କମ୍ପାନୀକୁ ଲୋପ ହେବାକୁ ଦେବ ନାହିଁ। ଏହି ଆଇନ କେବଳ ଦେବାଳିଆ ଅବସ୍ଥା ଉପରେ ପର୍ଯ୍ୟବସିତ ନୁହେଁ, ଏଥିରେ ସମାଧାନର ପଦ୍ଧତି ମଧ୍ୟ ରଖାଯାଇଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories