www.samajalive.in
Monday, December 8, 2025
20.1 C
Bhubaneswar

ଚାଇନିଜ୍‍ ଭେଲ୍‍

ଆବଶ୍ୟକ ସାମଗ୍ରୀ
ନୁଡ଼ୁଲ୍ସ – ୨କପ
କଟା ରସୁଣ – ୪ଟି
କଟା ପିଆଜ ଲମ୍ବା ଓ ଓସାର ଭାବେ କଟା ହୋଇଥିବା – ୨ଟି
କଟା ସିମଲା ଲଙ୍କା – ୧ଟି
କଟା ଗାଜର – ୧ଟି
ତେଲ – ଆବଶ୍ୟକ ପରିମାଣରେ
ଟମାଟୋ ସସ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ରରେ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ଗ୍ୟାସ ବନ୍ଦ କରି ଏଥିରେ ନୁଡ଼ୁଲ୍ସ ପକାଇ କିଛି ସମୟ ରଖିଦିଅନ୍ତୁ। ୭ ରୁ ୮ ମିନିଟ ପରେ ଏହାକୁ ପାଣିରୁ ଛାଣି ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଛାଣି କରି ରଖିଥିବା ନୁଡ଼ୁଲ୍ସ ପକାଇ ଭଲ ଭାବେ ଭାଜନ୍ତୁ। ଭାଜିବା ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଗରମ ତେଲରେ ରସୁଣ, ପିଆଜ, ସିମଲା ଲଙ୍କା, ଗାଜର ପକାଇ ଭାଜନ୍ତୁ। ଭାଜିବା ପରେ ଏଥିରେ ଟମାଟୋ ସସ, ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଭାଜିଥିବା ନୁଡ଼ୁଲ୍ସ ପକାଇ ଭଲ ଭାବେ ଗୋଳାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚାଇନିଜ୍‍ ଭେଲ୍‍ । ଏହାକୁ ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories