www.samajalive.in
Monday, December 8, 2025
27.1 C
Bhubaneswar

କାଜିପୋରାରୁ ଆତଙ୍କବାଦୀ ଶୌକତ ଅହମଦ ଗିରଫ

କାଶ୍ମୀର : ଜାମ୍ମୁ କାଶ୍ମୀର ପୁଲିସ୍‍ ଗୁରୁବାର ସକାଳେ କାଜିପୋରାରୁ ଜଣେ ଆତଙ୍କବାଦୀକୁ ଗିରଫ କରିଛି। କାଜିପୋରା ଅଞ୍ଚଳରେ ଜଣେ ଆତଙ୍କବାଦୀ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ପୁଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ପୁଲିସ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଆରମ୍ଭ କରିଥିଲା। ସେଠାରୁ ଶୌକତକୁ ଗିରଫ କରାଯାଇଛି। ତା ନିକଟରୁ ଗାଟିଏ ବନ୍ଧୁକ, ଗୋଟିଏ ମାଗାଜିନ, ୬ଟି ଜୀବନ୍ତ ଗୁଳି ଜବତ କରାଯାଇଛି।

ପୁଲିସ୍‍ ସୂଚନା ଅନୁସାରେ ଗିରଫ ଆତଙ୍କବାଦୀର ନାମ ଶୌକତ ଅହମଦ ତାନ୍ତ୍ରି ଓ ସେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ସଦସ୍ୟ ଅଟେ। ଶେକୗତର ଘର କୁଲଗାମର ୱାରପୋରା ଡିଏଚପୋରାରେ। ବଡ଼ଗାମର ଚନ୍ଦୋରା ପୁଲିସ ଥାନାରେ ଆତଙ୍କବାଦୀ ଧାରାରେ ଶୌକତ ବିରୋଧରେ ମାମଲା ରୁଜୁ କରାଯାଇଛି। ସେନାର ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ବଡ଼ଗାମ ପୁଲିସର ମିଳିତ ତଲାସୀ ଅଭିଯାନରେ ଶୌକତକୁ ଗିରଫ କରାଯାଇଥିବା ସୂଚନା ମିଳିଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories