www.samajalive.in
Monday, December 8, 2025
17.1 C
Bhubaneswar

ଫାରୁକ ଅବଦୁଲାଙ୍କୁ ଇଡି’ର ଜେରା

ଚଣ୍ଡିଗଡ଼ : ଜାମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ (ଜେକେସିଏ) ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରକୁ ଅବଦୁଲାଙ୍କୁ ଜେରା କରିଛି।
ସୂଚନା ଅନୁସାରେ ଏନେଇ ଇଡ଼ି ଫାରକୁ ଅବଦୁଲାଙ୍କୁ ସମନ କରିଥିଲା। ବୁଧବାର ଦିନ ପ୍ରାୟ ସାଢେ ୧୨ଟା ବେଳେ ସେ ଚଣ୍ଡିଗଡ଼ସ୍ଥିତ ଇଡ଼ି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଏ ସମ୍ପର୍କରେ ପଚରାଉଚୁରା କରାଯାଇଛି। ଏହି ଦୁର୍ନୀତି ମାମଲାରେ ୨୦୧୮ ଜାନୁଆରୀରେ ଫାରୁକ ଅବଦୁଲାଙ୍କୁ ସିବିଆଇ ଜେରା କରିଥିଲା। ଏହି ମାମଲାର ତଦନ୍ତ ଜାରି ରହିଛି।
ପ୍ରକାଶ ଯେ ଜାମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ (ଜେକେସିଏ)ରେ ୧୧୩ କୋଟି ଟଙ୍କାର ଦୁର୍ନୀତି ହୋଇଥିବାର ଅଭିଯୋଗ ରହିଛି। ଏହି ଦୁର୍ନୀତିରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରକୁ ଅବଦୁଲାଙ୍କ ସମ୍ପୃକ୍ତି ରହିଥିବା ଦର୍ଶାଯାଇଛି। ଫଳରେ ଏହାକୁ ନେଇ ଜାମ୍ମୁ କାଶ୍ମୀର ହାଇକୋର୍ଟ ୨୦୧୫ରେ ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ପ୍ରଦାନ କରିଥିଲେ। ସିବିଆଇ ଏହି ମାମଲାର ତଦନ୍ତ କରୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories