ଆବଶ୍ୟକୀୟ ସାମଗ୍ରୀ: ଖଣ୍ଡେ ମଞ୍ଜା, ଗୋଟିଏ ଟମାଟୋ, ୨ ଚାମଚ ସୋରିଷ, ଅଧା ଚାମଚ ଜିରା, ଅଦା-ରସୁଣ ଓ ସୋରିଷ-କଞ୍ଚା ଲଙ୍କା ପେଷ୍ଟ, ୨ଟି ଶୁଖିଲା ଲଙ୍କା, ହଳଦୀ ଗୁଣ୍ଡ, ତେଜ ପତ୍ର ୨ଟି, ଗୋଟିଏ କଟା ଆଳୁ, ୪ ଚାମଚ ସୋରିଷ ତେଲ ଏବଂ ସ୍ବାଦନୁଯାୟୀ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଞ୍ଜାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ପରେ ମଞ୍ଜାକୁ ଭଲ ଭାବରେ ଧୋଇ ଚୁପୁଡି ଦିଅନ୍ତୁ । ଏକ ପ୍ରେସର ବା କଢେଇରେ ଲୁଣ ଓ ହଳଦୀ ଦେଇ ସିଝାଇ ଦିଅନ୍ତୁ । ମଞ୍ଜା ସିଝିଗଲା ପରେ ଗ୍ୟାସରେ କଢେଇ ବସାଇ ତେଲ ଗରମ କରିନ୍ତୁ। ତେଲ ଗରମ ହୋଇଗଲେ କଟା ଆଳୁ ପକାଇ ଭାଜନ୍ତୁ। ଆଳୁ ବାଦାମୀ ରଙ୍ଗ ହେଇଗଲେ କଢେଇରୁ କାଢି ଆଣି ଏକ ପାତ୍ରରେ ରଖନ୍ତୁ। ପରେ ସେହି ତେଲରେ ତେଜପତ୍ର, ଶୁଖିଲା ଲଙ୍କା, ଅଳ୍ପ ସୋରିଷ ଓ ଜିରା ପକାଇ ଭାଜନ୍ତୁ। ଏବେ ପିଆଜ ପକାନ୍ତୁ, ପିଆଜ ଟିକେ ଭାଜି ହୋଇଗଲା ପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା-ରସୁଣ ଓ ସୋରିଷ-କଞ୍ଚା ଲଙ୍କା ପେଷ୍ଟ ପକାଇ କଷନ୍ତୁ। ମସଲା ଟିକେ କଷି ହୋଇଗଲା ପରେ ସେଥିରେ ଟମାଟୋ ଓ ଲୁଣ ପକାନ୍ତୁ ଭଲକି ଗୋଳାନ୍ତୁ। ଘୋଡଣି ଦେଇ ୫ ମିନିଟ୍ ଛାଡି ଦିଅନ୍ତୁ । ପରେ ସେଥିରେ ଆଳୁ ଓ ସିଝା ମଞ୍ଜା ପକାଇ ଭଲ ଭାବରେ ମିଶାନ୍ତୁ। ମସଲାରେ ମଞ୍ଜା ଭଲ ଭାବରେ କଷି ହୋଇଗଲେ ସେଥିରେ କପେ ପାଣି ଦେଇ ୫-୧୦ ମିନିଟ୍ ଛାଡି ଦିଅନ୍ତୁ । ମଝିରେ ମଝିରେ ଗୋଳାଉ ଥିବେ ଯେପରି ମସଲା କଢେଇରେ ଲାଗି ନ ଯାଏ । ୧୦ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ସ୍ବାଦିଷ୍ଟ ସୋରିଷ କଦଳି ମଞ୍ଜା ରାଇ । ସେଥିରେ ଲଙ୍କା ଓ ଧନିଆ ପତ୍ର ପକାଇ ଗାନିସ୍ କରି ପାରିବେ । ଏହାକୁ ଭାତରେ ଖାଇଲେ ଭଲ ଲାଗିଥାଏ।



