www.samajalive.in
Thursday, December 11, 2025
26.1 C
Bhubaneswar

ରାତି ୭ଟା ମୁଖ୍ୟ ଖବର

ବଡ଼ ଖବର :

# ବଦଲାପୁର ନିକଟରେ ଅଟକି ରହିଥିବା ମହାଲକ୍ଷ୍ମୀ ଏକ୍ସପ୍ରେସରୁ ସମସ୍ତ ଯାତ୍ରୀ ଉଦ୍ଧାର।   

# ଜିଏସଟି ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ , ବ୍ୟାଟେରୀ ଚାଳିତ କାର ଏବଂ ସ୍କୁଟର ଉପରେରେ ଜିଏସଟି ହ୍ରାସ କରିବା ପାଇଁ ନିଷ୍ପତ୍ତି। ବିଦ୍ୟୁତ୍ ଚାଳିତ ଯାନ ଉପରେ ଥିବା ଜିଏସଟିକୁ ୧୨ ପ୍ରତିଶତରୁ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି ।

- Advertisement -

# କଳାଧନ ବୈଧ ଅଭିଯୋଗ ମାମଲାର ଗିରଫ ହୋଇଥିବା ସନା ସତୀଶ ବାବୁକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୫ ଦିନିଆ ରିମାଣ୍ଡରେ ନେଇଛି, ସନା ସତୀଶ ବାବୁ ସିବିଆଇର ପୂର୍ବତନ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ କରିଥିଲେ। 

# ଜାମ୍ମୁ-କାଶ୍ମୀରର ସୋପିଆନ୍ ଅଞ୍ଚଳର ବୋନା ବଜାରରେ ଆଜି ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ।

# ଆତଙ୍କବାଦୀ ନେଟୱାର୍କ ପାଇଁ ଆର୍ଥିକ ସହାୟତା  ବନ୍ଦ କରିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବ୍ରିକ୍ସ ରାଷ୍ଟ୍ରସମୂହ ଆହ୍ୱାନ ଜଣାଇଛନ୍ତି।  
# କାଳିଆ ଯୋଜନାରେ ସରକାର ବର୍ତ୍ତମାନ ସୁଦ୍ଧା ରାଜ୍ୟର ୫୧ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି।
# ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କ କେନ୍ଦ୍ରାପଡ଼ାସ୍ଥିତ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଲଗାଇଛି, ସାରଥି ରାଜ୍ୟ ବହାରେ ଥିବା ସୂଚନା।

ଆଞ୍ଚଳିକ :

# କାଳିଆ ଯୋଜନାରେ ସରକାର ବର୍ତ୍ତମାନ ସୁଦ୍ଧା ରାଜ୍ୟର ୫୧ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି। ଏମାନଙ୍କ ମଧ୍ୟରୁ ୩୬ ଲକ୍ଷ ୩୪ ହଜାର ୭୧୦ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୪ ଲକ୍ଷ ୭୦ ହଜାର ୫୮୦ ଜଣ ଭୂମିହୀନ ଚାଷୀ ପରିବାର ଅଛନ୍ତି।
# ରାଜ୍ୟରେ ବର୍ତ୍ତମାନ ୬୩୯୦ ଭିକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ କଟକରେ ସର୍ବାଧିକ ୧୦୬୦ ଜଣ ଭିକାରୀ ଅଛନ୍ତି ବୋଲି ସମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି।
# ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କ କେନ୍ଦ୍ରାପଡ଼ାସ୍ଥିତ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଲଗାଇଛି ଏବଂ ଏହା ସହ ସାରଥିଙ୍କ ଗତିବିଧି ଉପରେ ମଧ୍ୟ କ୍ରାଇମବ୍ରାଞ୍ଚ ନଜର ରଖିଛି। ସାରଥି ରାଜ୍ୟ ବାହାରକୁ ପଳାଇଥିବା ସୂଚନା ମିଳିଛି।
# ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଇଡକୋ ଛକ ଢାବାରୁ ଜଣେ ନାବାଳକର ମୃତଦେହ ଉଦ୍ଧାର ଘଟଣାରେ ବାଲିଆପାଳ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଂଜିତ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି।

ଜାତୀୟ :

# ମହାଲକ୍ଷ୍ମୀ ଏକ୍ସପ୍ରେସରେ ଫସି ରହିଥିବା ସମସ୍ତ ଯାତ୍ରୀ ଉଦ୍ଧାର, ମୁମ୍ବଇରେ ପ୍ରବଳ ବର୍ଷା ଯୋଗୁ ବଦଲାପୁର ନିକଟରେ  ମହାଲକ୍ଷ୍ମୀ ଏକ୍ସପ୍ରେସ ଟ୍ରେନ ଗତ ରାତିରୁ ଅଟକି ରହିଥିଲା, ପାଖାପାଖି ୯୦୦ ଯାତ୍ରୀ ଟ୍ରେନରେ ଫସିରହିଥିଲେ। 

# ଜିଏସଟି ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ , ବ୍ୟାଟେରୀ ଚାଳିତ କାର ଏବଂ ସ୍କୁଟର ଉପରେରେ ଜିଏସଟି ହ୍ରାସ କରିବା ପାଇଁ ନିଷ୍ପତ୍ତି। ବିଦ୍ୟୁତ୍ ଚାଳିତ ଯାନ ଉପରେ ଥିବା ଜିଏସଟିକୁ ୧୨ ପ୍ରତିଶତରୁ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି ।

# ବିଜେପି ନେତା ବିଏସ୍ ୟେଦ୍ୟୁରପ୍ପା ଚତୁର୍ଥ ଥର ପାଇଁ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ରାଜ୍ୟର ସମସ୍ତ ବୁଣାକାରଙ୍କ ଋଣ ଛାଡ଼ କରିଥିବା ବେଳେ ଚାଷୀଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି।

# ଜେଡିଏସର କିଛି ବିଧାୟକ ନବଗଠିତ ବିଜେପି ସରକାରକୁ ସମର୍ଥନ କରିବାକୁ କୁମାରସ୍ବାମୀଙ୍କ ଉପରେ  ଚାପ ପକାଉଛନ୍ତି, ଏଥିପାଇଁ ଜେଡିଏସ ମଧ୍ୟରେ ଫାଟ ଦେଖିବାକୁ ମିଳିଛି।

# ଜାମ୍ମୁ-କାଶ୍ମୀରର ସୋପିଆନ୍ ଅଞ୍ଚଳର ବୋନା ବଜାରରେ ଆଜି ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ୨ ଜଣଙ୍କ ମଧ୍ୟରୁ ମୁଲ୍ଲା ଲାହୋରି ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ସଦସ୍ୟ ବୋଲି ଜଣାପଡ଼ିଛି। 

# ଜାମ୍ମୁ କାଶ୍ମୀରର କୁପୁୱାଡା ଜିଲ୍ଲା ସୀମାନ୍ତ ମଛ୍‍ଲି ସେକ୍ଟରରେ ପାକିସ୍ତାନୀ ସୈନ୍ୟମାନଙ୍କ ଦ୍ୱାରା ଏହା ଆଉଏକ ଅସ୍ତ୍ରବିରତି ଲଙ୍ଘନ ହୋଇଛି,​‌ ପାକିସ୍ତାନୀ ସୈନ୍ୟମାନଙ୍କ ଦ୍ୱାରା ଗୁଳିଗୋଳା ଚାଳନାରେ ଜଣେ ଜବାନ ସହିଦ ହୋଇଛନ୍ତି।
ଆନ୍ତର୍ଜାତୀୟ :

# ବ୍ରାଜିଲର ସାଓ ପୋଲ  ଆନ୍ତର୍ଜାତୀୟ ବିମାନବନ୍ଦରରେ ୮ଜଣ ବନ୍ଧୁକଧାରୀ ତିନି ମିନିଟରେ ୩୦ମିଲିୟନ ଡଲାରର ମୂଲ୍ୟର ସୁନା ଲୁଟି ନେଇଛନ୍ତି । ଏହାକୁ ବ୍ରାଜିଲ ଇତିହାସର ଦ୍ୱିତୀୟ ବୃହତ ଡକାୟତି ବୋଲି କୁହାଯାଉଛି ।

# ନିଜ ନିଜ ଦେଶରୁ ଆତଙ୍କବାଦୀ ନେଟୱାର୍କ ପାଇଁ ଆର୍ଥିକ ସହାୟତାକୁ ବନ୍ଦ କରିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବ୍ରିକ୍ସ ରାଷ୍ଟ୍ରସମୂହ ସବୁ ଦେଶ ଗୁଡ଼ିକୁ ଆହ୍ୱାନ ଜଣାଇଛି।

#  ଫିଲିପାଇନ୍ସର ଉତ୍ତରାଞ୍ଚଳରେ ଆଜି ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଛି, ଏଥିରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୬୦ଜଣ ଆହତ ହୋଇଛନ୍ତି । 

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories