www.samajalive.in
Monday, December 8, 2025
27.1 C
Bhubaneswar

ଏନକାଉଣ୍ଟରରେ ଜୈଶ କମାଣ୍ଡର ସମେତ ୨ ଆତଙ୍କୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରେ ଶନିବାର ଭୋର ସମୟରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଯବାନଙ୍କ ଗୁଳିରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଜଣେ କମାଣ୍ଡରଙ୍କ ସମେତ ୨ ଆତଙ୍କ ନିହତ ହୋଇଛନ୍ତି। ସୋପିଆନର ବୋନବଜାର ବନ୍ଦେ ମହଲା ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି। ନିହତ ଆତଙ୍କୀଙ୍କଠାରୁ କିଛି ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି। ନିହତ ଆତଙ୍କୀ ମଧ୍ୟରେ ଜୈଶର କମାଣ୍ଡର ମୁନ୍ନା ଲାହୋରି ରହିଛି। କାଶ୍ମୀରରେ ଅନେକ ଜନସାଧାରଣଙ୍କୁ ଆତଙ୍କବାଦୀଙ୍କ ହତ୍ୟା ପଛରେ ମୁନ୍ନାର ହାତ ରହିଛି। ଏନକାଉଣ୍ଟରରେ ନିହତ ଅନ୍ୟ ଆତଙ୍କବାଦୀ ଜଣକ ମୁନ୍ନାର ସହଯୋଗୀ। ମୁନ୍ନା ଜୈଶ ସଂଗଠନରେ ଯୁବକଙ୍କୁ ନିଯୁକ୍ତ କରାଉଥିଲା। ସେ ଆଇଇଡି ତିଆରି କରିବାରେ ମଧ୍ୟ ସିଦ୍ଧହସ୍ତ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

ବନ୍ଦେ ମହଲା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସମ୍ପର୍କରେ ଖବର ମିଳିବା ପରେ ସେନା ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା। ଯବାନମାନେ ସମ୍ପୃକ୍ତ ଅଞ୍ଚଳକୁ ଘେରିଯିବାରୁ ଆତଙ୍କୀମାନେ ଗୁଳିମାଡ଼ କରିଥିଲେ। ଫଳରେ ସେଠାରେ ଗୁଳିବିନିମୟ ଘଟିଥିଲା। ଘଟଣା ପରେ ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରିଦିଆଯିବା ସହିତ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories