ରାୟଗଡ଼ା : ଆନ୍ଧ୍ର-ଓଡ଼ିଶା ଉପକୂଳରେ ସୃଷ୍ଟୁ ଲଘୁଚାପ ଫଳରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଦକ୍ଷିଣ ଓଡ଼ିଶାରେ ଏହାର ମାତ୍ରା ଅଧିକ ରହିଥିବା ଜଣାପଡ଼ିଛି। ରାୟଗଡ଼ା ଜିଲାରେ ଗତ ୨ ଦିନ ହେବ ପ୍ରବଳ ବର୍ଷା ପ୍ରଭାବରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। କଲ୍ୟାଣୀ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାବିତ ହେବା ସହ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ଏହାସହ ନଦୀ ଉପରେ ଥିବା ଏକ ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି। ପୋଲ ଉପରେ ପ୍ରାୟ ୪ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ୬ଟି ପଞ୍ଚାୟତ ବାହ୍ୟଜଗତରରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି ଓ ଏହି କାରଣରୁ ୨୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି।
ବର୍ଷା କାରଣରୁ ଧୋଇଗଲା ଅସ୍ଥାୟୀ ପୋଲ, ୬ଟି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ
Popular Categories



