www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଧ୍ୟା ୬ଟାରେ ଶପଥ ନେବେ ୟେଦିୟୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପିର ବରିଷ୍ଠ ନେତା ବି.ଏସ. ୟେଦିୟୁରପ୍ପା। ପୁଣି ଥରେ ସେ ମୁଖ୍ୟମନ୍ତ୍ରୀ ହେବେ। ଶୁକ୍ରବାର ସନ୍ଧ୍ୟା ୬ଟାରେ ଆୟୋଜିତ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ସେ ଶପଥ ନେବେ। ପୂର୍ବାହ୍ନରେ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟିବା ପରେ ୟେଦିୟୁରପ୍ପା କହିଛନ୍ତି, ଆଜି ସନ୍ଧ୍ୟାରେ ସରକାର ଗଢ଼ିବାକୁ ତାଙ୍କୁ ଆମନ୍ତ୍ରିତ କରାଯାଇଛି। ସନ୍ଧ୍ୟା ୬ଟାରୁ ସାଢ଼େ ୬ଟା ମଧ୍ୟରେ ସେ ଶପଥ ନେବେ।

ଗତ ମଙ୍ଗଳବାର ରାଜ୍ୟରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଶକ୍ତି ପରୀକ୍ଷାରେ ବିଫଳ ହୋଇଥିଲା। ଏହା ପରଠାରୁ ୟେଦିୟୁରପ୍ପା ସରକାର ଗଠନ କରିବାକୁ ଦାବି କରିଆସୁଥିଲେ। ଏଥିପାଇଁ ସେ ପାର୍ଟି ହାଇକମାଣ୍ଡଙ୍କ ନିର୍ଦେଶକୁ ଅପେକ୍ଷା କରିଥିଲେ। ୟେଦିୟୁରପ୍ପା କହିଛନ୍ତି, ୩୧ ଜୁଲାଇ ସୁଦ୍ଧା ସେ ବିଧାନସଭାରେ ନିଜର ବହୁମତ ସାବ୍ୟସ୍ତ କରିବେ।

- Advertisement -

ଗତ ଗୁରୁବାର ଜଗଦୀଶ ଶେଣ୍ଟାର, ଅରବିନ୍ଦ ଲିମ୍ବାବଲୀ, ମଧୁସ୍ବାମୀ, ବସୱାରାଜ ବୋମ୍ମଇ ଏବଂ ୟେଦିୟୁରପ୍ପାଙ୍କ ପୁଅ ବିଜୟେନ୍ଦ୍ରଙ୍କ ସମେତ କର୍ଣ୍ଣାଟକ ବିଜେପିର ନେତାମାନେ ନୂଆଦିଲ୍ଲୀ ଯାଇ ଦଳର ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଥିଲେ। ଏହି ଅବସରରେ ସରକାର ଗଠନ ପାଇଁ ଆଲୋଚନା ହୋଇଥିବା କୁହାଯାଉଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories