ଚାନ୍ଦିପୁଟ: ଗଜପତି ଜିଲା ଆର.ଉଦୟଗିରି ଥାନା ଅନ୍ତର୍ଗତ କିରାମା-ଡେକାପଲ୍ଲୀ ରାସ୍ତାରୁ ୪୨କେଜି ଗଞ୍ଜେଇ ସହ ଜଣକୁ ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଆର ଉଦୟଗିରି ଥାନା ଅନ୍ତର୍ଗତ ଆକଲିମା ଗ୍ରାମର ପତ୍ରୀକ ବୀର । ଗୁରୁବାର ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ଗଞ୍ଜେଇ ଚୋରା ଚାଲାଣ ପାଇ ଗାଡିକୁ ଅପେକ୍ଷା କରିଥିବା ସମୟରେ ଧରାପଡିଥିଲା। ଶୁକ୍ରବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆର.ଉଦୟଗିରି ଏସଡିପିଓ ଅଶୋକ ମହାନ୍ତି ସୂଚନା ଦେଇଛନ୍ତି ।
Popular Categories



