ରାଜ୍ୟରେ ୨ ରୁ ୩ଦିନ ଯାଏଁ ବର୍ଷା
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲାରେ ଗୁରୁବାର ଠାରୁ ମୌସୁମୀ ସକ୍ରିୟ ହେବାକୁ ଆରମ୍ଭ କରିଛି। ଓଡ଼ିଶା-ଆନ୍ଧ୍ର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ବର୍ତ୍ତମାନ ଲଘୁଚାପର ରୂପ ନେଇଛି। ଫଳରେ ଆଜି ସକାଳ ସମୟରୁ ବର୍ଷା ଲାଗି ରହିବା ସହ ଆଗାମୀ ୨ ରୁ ୩ ଦିନ ବର୍ଷା ହେବ ବୋଲି ଜଣାପଡ଼ିଛି। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଅଧିକ ମାତ୍ରାରେ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
Comments are closed.