www.samajalive.in
Monday, December 8, 2025
27.1 C
Bhubaneswar

ଆମେରିକାକୁ ଖୁସି କରିବା ପାଇଁ ହାଫିଜକୁ ଗିରଫ କରାଯାଇଥିଲା: ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

ଇସଲାମାବାଦ: ଆତଙ୍କବାଦୀ ହାଫିଜ ସୟିଦଙ୍କୁ ଗିରଫ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସାବାସୀ ସାଉଁଟୁଛନ୍ତି। କିନ୍ତୁ ପାକିସ୍ତାନର ଜଣେ ପୂର୍ବତନ ରାଷ୍ଟ୍ରଦୂତ ଇମ୍ରାନ ସରକାରର ଅସଲ ଉଦ୍ଦେଶ୍ୟର ଗୁମର ଖୋଲିଛନ୍ତି। ବିଶ୍ଵବାସୀଙ୍କ ଆଖିରେ ଧୂଳି ଦେଇ ଖସିଯିବାକୁ ସୟିଦକୁ ଗିରଫ କରାଯାଇଛି। ଆମେରିକାକୁ ଖୁସି କରିବା ଲାଗି ଏସବୁ କରାଯାଇଛି ବୋଲି ବ୍ରିଟେନରେ ପାକିସ୍ତାନ ରାଷ୍ଟ୍ରଦୂତ ରହିଥିବା ୱାଜିଦ ଶମଶୁଲ ହସନ କହିଛନ୍ତି।

ହସନ କହିଛନ୍ତି, ଆତଙ୍କବାଦୀ ସଂଗଠନ ଜମାଦ-ଉଦ-ଦ୍ବାୱା ମୁଖ୍ୟ ହାଫିଜ ସୟିଦକୁ ୯ମ ଥର ପାଇଁ ଗିରଫ କରାଯିବା ଏବଂ ଇମ୍ରାନ ଖାନଙ୍କ ୱାଶିଂଟନ ଯାତ୍ରା ମଧ୍ୟରେ ବେଶ୍‌ ଘନିଷ୍ଠ ସମ୍ପର୍କ ରହିଛି। ହାଫିଜ ସୟିଦର ଗିରଫଦାରି ପରେ ତୁରନ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍‌ କରି ଏହା ନିଜର ବାରମ୍ବାର ପ୍ରୟାସର ପରିଣାମ ବୋଲି କହିଥିଲେ। ମାତ୍ର ଏସବୁ ଆମେରିକାକୁ କେବଳ ଖୁସି କରିବାର ଏକ ନାଟକ ଥିଲା। ସେ ଆହୁରି କହିଛନ୍ତି, ଇମ୍ରାନ ଆମେରିକା ଗସ୍ତ କରିବାର ଠିକ୍‌ ପୂର୍ବ ସନ୍ଧ୍ୟାରେ ସୁଯୋଗ ଦେଖି ହାଫିଜକୁ ଗିରଫ କରାଯାଇଛି। ଏହାକୁ ଠିକ୍‌ ସମୟରେ ନିଆଯାଇଥିବା ଉଚିତ ପଦକ୍ଷେପ ବୋଲି କୁହାଯାଇପାରେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories