ବାଲେଶ୍ବର : ବାଲେଶ୍ବର ଜିଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ତେଲେଙ୍ଗାସାହିରେ ଗୁରୁବାର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଯୁବକ ଜଣକ ହେଉଛନ୍ତି ସ୍ବର୍ଗତଃ ଏନ ସଞ୍ଜିବ ରାଓଙ୍କ ପୁଅ ରୋହିତ ରାଓ(୧୮)। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଉପରେ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଶୋଭାରାମପୁରର ୬/୭ ଜଣ ଯୁବକ ରୋହିତଙ୍କ ବାମ ଗୋଡ଼କୁ ଗୁଳି ମାରିବା ସହ କଟୁରୀରେ ତାଙ୍କ ମୁଣ୍ଡ ଓ ହାତକୁ ଆକ୍ରମଣ କରିଛନ୍ତି। ଏଥିରେ ରୋହିତ ଗୁରୁତର ଆହତ ହୋଇଛନ୍ତି।
Popular Categories



