www.samajalive.in
Tuesday, December 9, 2025
17.1 C
Bhubaneswar

ଅଭିନେତ୍ରୀ କୋଇନା ମିତ୍ରଙ୍କୁ ୬ ମାସ ଜେଲ

ମୁମ୍ବଇ : ଏକ ଚେକ ବାଉନ୍ସ ମାମଲାରେ ବଲିଉଡ଼ ଅଭିନେତ୍ରୀ କୋଇନା ମିତ୍ରଙ୍କୁ ମୁମ୍ବଇ ମେଟ୍ରୋପଲିଟିଆନ ମାଜିଷ୍ଟ୍ରେଟ କୋର୍ଟ ସୋମବାର ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ଅଭିଯୋଗକାରିଣୀ ପୁନମ ସେଟୀଙ୍କୁ ୪.୬୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କୋର୍ଟ ରାୟ ଦେଇଛନ୍ତି। ତାହା ମଧ୍ୟରେ ୧.୬୪ ଲକ୍ଷ ଟଙ୍କାର ସୁଧ ରହିଛି।
ସୂଚନା ଅନୁସାରେ ମଡେଲ ପୁନମ ସେଟିଙ୍କଠାରୁ କୋଇନା ମିତ୍ର ୨୨ ଲକ୍ଷ ଟଙ୍କା ଋଣ ନେଇଥିଲେ। କୋଇନା ପ୍ରର୍ଯ୍ୟାୟ କ୍ରମେ ଋଣ ଟଙ୍କା ପରିଶୋଧ କରିଥିଲେ। ତେବେ କୋଇନା ପ୍ରଦାନ କରିଥିବା ଏକ ୩ ଲକ୍ଷ ଟଙ୍କାର ଚେକ ବାଉନ୍ସ ହେବା ପରେ ପୁନମ ତାଙ୍କୁ ୨୦୧୩ ଜୁଲାଇ ୧୯ରେ ଆଇନଗତ ନୋଟିସ ପଠାଇଥିଲେ। ନୋଟିସ ପାଇବା ପରେ ବି କୋଇନା ଟଙ୍କା ପରିଶୋଧ କରିନଥିଲେ। ଫଳରେ ପୁନମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ କୋଇନା ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଉପରୋକ୍ତ ଦଣ୍ଡ ଶୁଣାଯାଇଛି। ତେବେ କୋଇନା ଏହାକୁ ଖଣ୍ଡନ କରିଛନ୍ତି ଓ କୋର୍ଟଙ୍କ ରାୟ ବିରୋଧରେ ସେ ଉଚ୍ଚତମ ନ୍ୟାୟାଳୟକୁ ଯିବେ ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories