www.samajalive.in
Monday, December 8, 2025
24.1 C
Bhubaneswar

ଇସଲାମିକ୍‌ ବ୍ୟାଙ୍କ ନାମରେ ୩୦ ହଜାର ମୁସଲିମ୍‌ଙ୍କୁ ଠକିଥିବା ମନସୁର୍‌ ଖାନ ଗିରଫ

ନୂଆଦିଲ୍ଲୀ . – ଇସଲାମିକ୍‌ ବ୍ୟାଙ୍କ ନାମରେ ୩୦ ହଜାର ମୁସଲିମ୍‌ଙ୍କ ଠାରୁ ହଜାର ହଜାର କୋଟି ଟଙ୍କା ଠକି ନେଇଥିବା ମନ୍‌ସୁନ୍‌ ଖାନ୍‌କୁ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରାଯାଛି। ମନସୁର୍‌ ଖାନ୍‌ ଆଇଏମ୍‌ଏ ବା ଆଇ ମନିଟାରି ଏଡଭାଇଡି ଜ୍ବେଲ୍ସ୍‌ ନାମକ ଏକ ସଂସ୍ଥା ଖୋଲିଥିଲା । ଶୁକ୍ରବାରରେ ସେ ଦୁବାଇରୁ ଦିଲ୍ଲୀ ପହଞ୍ଚିଥିଲା । ଏହାପରେ ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡିର ଅଧିକାରୀମାନେ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ନିଜ ହେପାଜତକୁ ନେଇଛନ୍ତି । ପ୍ରବର୍ତ୍ତନ ନିର୍ଦେଶାଳୟ ସହ ଏସ୍‌ଆଇଟି ବି ମନସୁର୍‌ ନାମରେ ଲୁକ୍‌ ଆଉଟ୍‌ ବିଜ୍ଞପ୍ତି ଜାରି କରିଥିଲେ ।

ଏସ୍‌ଆଇଟିର ଅଧିକାରୀମାନେ ପ୍ରଥମେ ମନସୁର୍‌ର ଜେରା କରିବେ ବୋଲି ଏସ୍‌ଆଇଟିର ମୁଖ୍ୟ ରବିକାନ୍ତ ଗୌଡା କହିଛନ୍ତି । ସେ ଦୁବାଇରେ ଲୁଚିଥିବା କଥା ଜଣା ପଡିଥିଲା । ଏସ୍‌ଆଇଟିର ଏକ ଟିମ୍‌ ଦୁବାଇ ଯାଇ ମନସୁର୍‌କୁ ଗିରଫ କରିଥିବା କଥା ସେ ସୂଚନା ଦେଇଛନ୍ତି । ସେ ଦିଲ୍ଲୀରେ ପହଞ୍ଚିବା ପରେ ଇଡିର ଅଧିକାରୀମାନେ ନିଜ ହେପାଜତକୁ ନେଇଥିଲେ ।

- Advertisement -

ସୂଚନାଯୋଗ୍ୟ ଇସଲାମିକ୍‌ ବ୍ୟାଙ୍କ ନାମରେ ମନସୁର୍‌ ଖାନ୍‌ ପ୍ରାୟ ୩୦ ହଜାର ମୁଲମାନଙ୍କର ୧୭୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଆଜି ପର୍ଯ୍ୟନ୍ତ ୩୮ ହଜାରରୁ ଅଧିକ ଲୋକ ମନ୍‌ସୁର୍‌ ନାମରେ ଅଭିଯୋଗ ଦାଖଲ କରି ସାରିଲେଣି । ହାଇକୋର୍ଟରେ ବି ୧୮ଟି ମାମଲା ରୁଜୁ ହୋଇଛି । ଏଥିରେ ଅଧିକାଂଶ ହାଇଦ୍ରାବାଦ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡୁର ନିବେଶକାରୀ ଅଛନ୍ତି ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories