www.samajalive.in
Monday, December 8, 2025
27.1 C
Bhubaneswar

ଷଣ୍ଢ ପଡ଼ି ଭାଙ୍ଗିଲା ଆଜବେଷ୍ଟ; ଶିଶୁ ମୃତ

ଭଦ୍ରକ / ଚାନ୍ଦବାଲି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ହଳଦିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଷଣ୍ଢ ଘରର ଆଜବେଷ୍ଟ ଉପରେ ପଡ଼ି ଆଜବେଷ୍ଟ ସହ ଭାଙ୍ଗି ତଳେ ପଡ଼ିବାରୁ ଏକ ୨ବର୍ଷ ଶିଶୁର ମୃତ୍ୟୁ ହୋଇଥିବା ବେଳେ ତା’ମା’ ଓ ଜେଜେମା’ ଆହତ ହୋଇଛନ୍ତି। ନାବାଳକ ଜଣକ ହେଉଛନ୍ତି ପ୍ରଣବ ବେହେରା। ଘଟଣା ଘଟିବା ପରେ ଶିଶୁ ଆହତମାନଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡ଼ାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ, ଗ୍ରାମର ଘରର ଗୋଟିଏ ପରିବାରର ମା’, ଶିଶୁ , ଜେଜେମା’ ରାତିରେ ଘରେ ଶୋଇଥିଲେ। ଏହି ସମୟରେ ଆଜବେଷ୍ଟ ଘର ନିକଟରେ ଥିବା ଛାତ ଘରକୁ ଏକ ଷଣ୍ଢ ଘାସ ଖାଇବାକୁ ଯାଇ ଆଜବେଷ୍ଟ ଘର ଉପରକୁ ଚଢି ଯାଇଥିଲା। ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ଫଳରେ ଏଭଳି ଏକ ଘଟଣା ଘଟିଛି। କିଛିଦିନ ତଳେ ନାବାଳକଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ଆଜିର ଏହି ଘଟଣାଟିରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories