www.samajalive.in
Monday, December 8, 2025
17.1 C
Bhubaneswar

ରେଳ ପ୍ରକଳ୍ପ ପାଇଁ ରାଜ୍ୟ ଦେଉ ନାହିଁ ପର୍ଯ୍ୟାପ୍ତ ବିଜୁଳି

ଭୁବନେଶ୍ୱର : ଓଡ଼ିଶାରେ ଏପରି ଅନେକ ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପ ଅଛି ଯାହା ବିଦ୍ୟୁତ ଯୋଗାଣ ଅଭାବରେ ବାଧାପ୍ରାପ୍ତ ହେଉଛି। ଆଇନଗତ ବ୍ୟବସ୍ଥା ଥିବା ସତ୍ତ୍ବେ ଓଡ଼ିଶା ସରକାର ରେଳବାକୁ ପର୍ଯ୍ୟାପ୍ତ ବିଦ୍ୟୁତ ଯୋଗାଣ କରୁନାହାନ୍ତି। ତେଣୁ ରେଳ ପ୍ରକଳ୍ପଗୁଡ଼ିକୁ ଓପନ୍ ଆକ୍ସେସ୍ ବ୍ୟବସ୍ଥା ଜରିଆରେ ରାଜ୍ୟ ସରକାର ରେଳବାଇକୁ ବିଦ୍ୟୁତ ଯୋଗାଣ ପାଇଁ ପଦକ୍ଷେପ ନେବାକୁ ରେଳମନ୍ତ୍ରୀ ପୀୟୂଷ ଗୋୟଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଏହି ପତ୍ରରେ ଶ୍ରୀ ଗୋୟଲ ଦର୍ଶାଇଛନ୍ତି ଯେ ଓଡ଼ିଶାରେ ନୂତନ ରେଳ ଲାଇନ୍, ଗଜ୍ ପରିବର୍ତ୍ତନ, ଦୋହରୀକରଣ, ପ୍ରସାରଣ ଲାଇନ୍ କାମ ଚାଲିଛି। ଏସବୁ ପ୍ରକଳ୍ପ ପାଇଁ ପର୍ଯାପ୍ତ ବିଦ୍ୟୁତ ଶକ୍ତିର ଆବଶ୍ୟକ। ତେଣୁ ବିଦ୍ୟୁତ ଆଇନ୍-୨୦୦୩ ଅନୁସାରେ ରେଳବାଇକୁ ଓପନ୍ ଆକ୍ସେସ୍ ବ୍ୟବସ୍ଥାରେ ବିଦ୍ୟୁତ୍‌ ଯୋଗାଣ କରାଯିବା ଉଚିତ। ଏହା ରାଜ୍ୟ ସରକାରଙ୍କ ଦାୟିତ୍ବ। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳୁ ନଥିବାରୁ ପ୍ରକଳ୍ପ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏଥିସହ ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳିବାରେ ମଧ୍ୟ ସମସ୍ୟା ହେଉଛି। ତେଣୁ ଏନେଇ ଯଥାଶୀଘ୍ର ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ସମାନ ପ୍ରସଙ୍ଗ ନେଇ ରେଳମନ୍ତ୍ରୀ ଏହା ପୂର୍ବରୁ ଗତବର୍ଷ ଫେବ୍ରୁଆରୀ, ଜୁନ୍ ଓ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖି ଅନୁରୋଧ କରିଥିଲେ। ଏବେ ପୁଣି ଥରେ ରେଳମନ୍ତ୍ରୀ ଏଥିରେ ମୁଖ୍ୟମନ୍ତ୍ରୀଙ୍କର ସିଧାସଳଖ ହସ୍ତକ୍ଷେପ ଲୋଡ଼ିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories