ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଓ ଷଡଯନ୍ତ୍ର ଅଭିଯୋଗରେ ଜାତୀୟ ତଦନ୍ତ ସଂସ୍ଥା-ଏନଆଇଏ ତାମିଲନାଡୁର ନାଗାପାଟ୍ଟିନମ୍ରୁ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଚେନ୍ନାଇର ସୟଦ ମହମ୍ମଦ ବୁଖାରୀ ଓ ନାଗାପାଟ୍ଟିନମ୍ର ହାସନ ଅଲ୍ଲୀ ଓ ହାରିଶ୍ ମହମ୍ମଦଙ୍କ ବାସଭବନରେ ଶନିବାର ଏନଆଇଏ ଚଢଉ କରିବା ପରେ ଏହି ପଦକ୍ଷେପ ନେଇଛି। ଅନ୍ସାରୁଲ୍ଲା ନାମକ ଏକ ଆତଙ୍କବାଦୀ ଗୋଷ୍ଠୀ ଗଠନ କରୁଥିବା ଅଭିଯୋଗରେ ସେ ଦୁହିଁଙ୍କ ବିରୁଦ୍ଧରେ ବିଭିନ୍ନ ଦଫା ଲାଗୁ କରାଯାଇଛି। ସେମାନେ ବିଭିନ୍ନ ସୂତ୍ରରୁ ଅର୍ଥ ସଂଗ୍ରହ କରି ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବାର ଷଡଯନ୍ତ୍ର କରୁଥିବାର ମଧ୍ୟ ସନ୍ଦେହ କରାଯାଉଛି। ସେମାନଙ୍କଠାରୁ ଜିହାଦୀ ଆକ୍ରମଣକୁ ପ୍ରୋତ୍ସାହିତ କରୁଥିବା କିଛି ଲେଖା ସମ୍ବଳିତ ଛାପା କାଗଜ ଏବଂ ଅନେକଗୁଡିଏ ଇଲେକ୍ଟ୍ରୋନିକ୍ ଗାଜେଟ୍ ମଧ୍ୟ ଜବତ କରାଯାଇଛି।
ସରକାର ବିରୋଧୀ ଷଡଯନ୍ତ୍ର ସନ୍ଦେହରେ ୨ଗିରଫ ; ଆତଙ୍କବାଦୀ ଗୋଷ୍ଠୀ ଗଠନ ଅଭିଯୋଗ
Popular Categories



