www.samajalive.in
Tuesday, December 9, 2025
15.1 C
Bhubaneswar

କରତାରପୁର କରିଡର ଆଲୋଚନା : ବିନା ଭିସାରେ କରତାର ସାହିବ୍‍ ଗସ୍ତ ନେଇ ସହମତ

ନୂଆଦିଲ୍ଲୀ : କରତାରପୁର ସାହିବ୍‍ କରିଡରର କାର୍ଯ୍ୟାନ୍ୱୟନର ରୂପରେଖ ଚୂଡାନ୍ତ କରିବା ଉଦ୍ଦେଶ୍ୟରେ ସୋମବାର ପାକିସ୍ତାନର ଅଟ୍ଟାରୀ ୱାଘା ସୀମା ଚେକ୍‍ପୋଷ୍ଟ ନିକଟରେ ଭାରତ ଓ ପାକିସ୍ତାନୀ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଛି। କରତାରପୁର କରିଡର ଦେଇ ସମସ୍ତ ସାତଦିନ ଭାରତୀୟ ଓ ବିଦେଶୀ ଭକ୍ତମାନେ ବିନା ଭିସାରେ ପାକିସ୍ତାନ ସ୍ଥିତ ଗୁରୁଦ୍ୱାର କରତାର ସାହିବ୍‍ ଗସ୍ତ କରିବା ପାଇଁ ଉଭୟେ ଭାରତ ଓ ପାକିସ୍ତାନ ସହମତ ହୋଇଛନ୍ତି। ପ୍ରତିଦିନ ୫ହଜାର ଭକ୍ତ ଏବଂ ସ୍ୱତନ୍ତ୍ର ଉତ୍ସବ ଅବସରରେ ଅତିରିକ୍ତ ୧୦ହଜାର ତୀର୍ଥଯାତ୍ରୀଙ୍କୁ ପବିତ୍ର ଗୁରୁଦ୍ୱାର ଗସ୍ତ କରିବା ପାଇଁ ମଧ୍ୟ ଉଭୟ ଦେଶ ରାଜି ହୋଇଛନ୍ତି। ଏହି ଗସ୍ତ ଭିସାମୁକ୍ତ ହେବ ଏବଂ ଏଥିପାଇଁ କୌଣସି ଅନୁମତି ବ୍ୟବସ୍ଥା ଲାଗୁ ନ କରିବା କିମ୍ବା ଏଥିପାଇଁ କୌଣସି ଦେୟଧାର୍ଯ୍ୟ ନ କରିବା ଉପରେ ପୁନଃ ବିଚାର କରିବା ପାଇଁ ଭାରତୀୟ ପ୍ରତିନିଧି ଦଳ ପାକିସ୍ତାନକୁ ଅନୁରୋଧ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଅଧିକାରୀମାନେ କହିଛନ୍ତି, ଭାରତ ନିଜ ମାଟିରେ ଯେଉଁ ସେତୁ ନିର୍ମାଣ କରୁଛି ସେ ସମ୍ପର୍କୀତ ସମସ୍ତ ତଥ୍ୟ ପାକିସ୍ତାକୁ ହସ୍ତାନ୍ତର କରିଥିବାବେଳେ ପାକିସ୍ତାନ ନିଜ ପଟେ ରାସ୍ତା ବଦଳାଇ ରବିନଦୀ ଉପରେ ସେତୁ ନିର୍ମାଣ କରିବାକୁ ସହମତ ହୋଇଛି। ଭାରତ ଖଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ପାକିସ୍ତାନକୁ ପ୍ରଦାନ କରିଛି। କୌଣସି ଭାରତ ବିରୋଧୀ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ ବୋଲି ପାକିସ୍ତାନ ପ୍ରତିଶ୍ରୁତି ଦେଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସସିଏଲ ଦାସଙ୍କ ନେତୃତ୍ୱରେ ଗଠିତ ଭାରତୀୟ ପ୍ରତିନିଧିଦଳରେ ସ୍ୱରାଷ୍ଟ୍ରମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ଓ ପ୍ରତିରକ୍ଷା ମନ୍ତ୍ରଣାଳୟ, ପଞ୍ଜାବ ସରକାର ଏବଂ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀମାନେ ଏହି ବୈଠକରେ ଭାଗ ନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories