www.samajalive.in
Monday, December 8, 2025
20.1 C
Bhubaneswar

ଚନ୍ଦ୍ରଯାନ-୨ କାଉଣ୍ଟଡାଉନ ଆରମ୍ଭ, ଆଜି ରାତି ୨ଟା ୫୧ରେ ହେବ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ୨ୟ ଚନ୍ଦ୍ରଯାନ ଅଭିଯାନ ‘ଚନ୍ଦ୍ରଯାନ-୨’ ପାଇଁ ରବିବାର ସକାଳ ୬ଟା ୫୧ରୁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଆଜି ରାତି ୨ଟା ୫୧ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏହାକୁ ଉତ୍‌କ୍ଷେପଣ କରାଯିବ। ପାଖାପାଖି ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଏହି ମିଶନରେ ଜିଏସଏଲଭି ଏମକେ-୩ ରକେଟ ଜରିଆରେ ଚନ୍ଦ୍ରଯାନ-୨କୁ ଉତକ୍ଷେପଣ କରାଯିବ। ଏଥିରେ ୩ଟି ମଡ୍ୟୁଲ ଯଥା, ଅର୍ବିଟର, ଲ୍ୟାଣ୍ଡର(ବିକ୍ରମ) ଏବଂ ରୋଭର(ପ୍ରଜ୍ଞାନ) ରହିବେ।

ଇସ୍ରୋ ସୂଚନା ମୁତାବକ, ଅଭିଯାନ ସମୟରେ ଅର୍ବିଟରଟି ଚନ୍ଦ୍ରର କକ୍ଷପଥରେ ରହିବ ଏବଂ ଧୀରେ ଧୀରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବସ୍ଥାନ କରିବ। ଚନ୍ଦ୍ରପୃଷ୍ଠରେ ଏହା ପହଞ୍ଚିବା ପରେ ୬ ଚକିଆ ରୋଭର ପ୍ରଜ୍ଞାନକୁ ମୁତୟନ କରାଯିବ। ପ୍ରଜ୍ଞାନ ସେଠାରେ ବିଭିନ୍ନ ପରୀକ୍ଷଣ କରିବ। ପୃଥିବୀ ପୃଷ୍ଠରୁ ଇସ୍ରୋର ବୈଜ୍ଞାନିକମାନେ ଏହାକୁ ନିୟନ୍ତ୍ରଣ କରିବେ। ୧୦ ବର୍ଷ ମଧ୍ୟରେ ଭାରତ ୨ୟ ଥର ପାଇଁ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ ପଠାଇବାକୁ ଯୋଜନା କରିଛି। ୨୦୦୯ରେ ଭାରତ ପ୍ରଥମ ଥର ଚନ୍ଦ୍ରଯାନ-୧ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଚନ୍ଦ୍ରଯାନ-୧ରେ କୌଣସି ରୋଭରକୁ ସାମିଲ କରାଯାଇ ନ ଥିଲା।

- Advertisement -

ଇସ୍ରୋ ଅଧ୍ୟକ୍ଷ କେ. ଶିବାନ କହିଛନ୍ତି, ଚନ୍ଦ୍ରଯାନ-୨ ଜରିଆରେ ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟକୁ ଯାଉଛି, ଯେଉଁଠି ଆଜି ପର୍ଯ୍ୟନ୍ତ କୌଣସି ପହଞ୍ଚିପାରି ନାହାନ୍ତି। ଚନ୍ଦ୍ରଯାନ-୨ ଆଗାମୀ ଡିସେମ୍ବର ୬ କିମ୍ବା ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବ। ଏହା ପରେ ଭାରତ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ୪ର୍ଥ ଦେଶ ହେବ। ଏହା ପୂର୍ବରୁ ଆମେରିକା, ରୁଷ ଏବଂ ଚୀନ ନିଜର ମହାକାଶ ଯାନକୁ ଚନ୍ଦ୍ରପୃଷ୍ଠକୁ ପଠାଇ ସାରିଛନ୍ତି। କିନ୍ତୁ କୌଣସି ଦେଶ ଏଯାଏ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ପହଞ୍ଚିପାରି ନାହାନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories