www.samajalive.in
Tuesday, December 9, 2025
16.1 C
Bhubaneswar

ଶ୍ଵାସରୁଦ୍ଧ​‌ ହୋଇ ଶିକାରୀ ମୃତ, ଝିଙ୍କ ଧରିବାକୁ ଗୁମ୍ଫାରେ ପଶିଥିଲେ

ମାଲକାନଗିରି: ଝିଙ୍କ ଧରିବା ନିଶା ଜଣେ ଯୁବକଙ୍କ ପ୍ରାଣ ନେଇଛି। ଝିଙ୍କ ଧରିବା ଲାଗି ଗୁମ୍ଫାରେ ପଶିଥିବାବେଳେ ଶ୍ଵାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି। ମାଲକାନଗିରି ଜିଲାର ଝୋରପାଲି ଗ୍ରାମ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରାମଚନ୍ଦ୍ର ମାଢ଼ି(୨୯)। ଏହି ଘଟଣାରେ ଅନ୍ୟ ଜଣେ ଯୁବକ ସିଙ୍ଗା ମାଡ଼ି(୩୧) ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି।

ସୂଚନା ମୁତାବକ, ଗାଁର ୫ ଜଣ ଯୁବକ ମିଶି ଝିଙ୍କ ଧରିବା ଲାଗି ଶନିବାର ସକାଳ ଜଙ୍ଗଲକୁ ଯାଇଥିଲେ। ପ୍ରାୟ ୯ଟାରେ ସେମାନେ ଗୁମ୍ଫାରେ ଧୂଆଁ ଦେଇ ଜଗିଥିଲେ। ରାତି ପ୍ରାୟ ୧୧ଟାରେ ପ୍ରଥମେ ସିଙ୍ଗା ଏବଂ ପରେ ରାମଚନ୍ଦ୍ର ଗୁମ୍ଫାରେ ପଶିଥିଲେ। କିନ୍ତୁ ଗୁମ୍ଫା ଭିତରେ ଧୂଆଁ ଯୋଗୁ ଉଭୟେ ଅଣନିଃଶ୍ଵାସୀ ହୋଇପଡ଼ିଥିଲେ। ଦୀର୍ଘ ସମୟ ପରେ ବି ସେମାନେ ଗୁମ୍ଫାରୁ ବାହାରି ନ ଥିଲେ। ଖବର ପାଇ ରବିବାର ସକାଳେ ଗାଁ ଲୋକେ ପହଞ୍ଚି ଗୁମ୍ଫାରେ ପଶି ଉଭୟଙ୍କୁ ଉଦ୍ଧାର ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ଶ୍ଵାସରୁଦ୍ଧ ହୋଇ ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟି ସାରିଥିଲା। ସିଙ୍ଗାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories