www.samajalive.in
Monday, December 8, 2025
27.1 C
Bhubaneswar

ବାଲାସାହେବ ଥୋରାଟ ମହାରାଷ୍ଟ୍ର କଂଗ୍ରେସ ସଭାପତି ନିଯୁକ୍ତ

ମୁମ୍ବଇ: ଲୋକସଭା ନିର୍ବାଚନରେ କଂଗ୍ରେସ ବିଫଳତା ଯୋଗୁ ନୈତିକତା ଦୃଷ୍ଟିରୁ ମହାରାଷ୍ଟ୍ର କଂଗ୍ରେସ ସଭାପତି ପଦରୁ ଅଶୋକ ଚଭନଙ୍କ ଇସ୍ତଫା ପରେ ଦଳର ନୂତନ ସଭାପତି ନିଯୁକ୍ତ ହୋଇଛନ୍ତି। ଦଳର ବରିଷ୍ଠ ନେତା ବାଲାସାହେବ ଥୋରାଟଙ୍କୁ ମହାରାଷ୍ଟ୍ର କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତ କରାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଏ ନେଇ ଏକ ବିବୃତି ଜାରି କରିଛନ୍ତି। ଥୋରାଟ ମହାରାଷ୍ଟ୍ରର ଜଣେ କୃଷକ ନେତା ଏବଂ ସମବାୟ ଆନ୍ଦୋଳର ଅନ୍ୟତମ ପୁରୋଧା ଭାବେ ଜଣାଶୁଣା। ସେ ଦଳର ଷ୍ଟ୍ରାଟେଜି କମିଟି ଅଧ୍ୟକ୍ଷ ଭାବେ ମଧ୍ୟ କାମ କରିବେ। ଅଶୋକ ଚଭନ କମିଟିର ଉପାଧ୍ୟକ୍ଷ ଅଛନ୍ତି।

ଏହା ସହିତ ଦଳ ପକ୍ଷରୁ ୫ଟି କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି। ସେମାନେ ହେଲେ ନିତିନ ରାଉତ, ବାସୱାରାଜ ଏମ. ପାଟିଲ, ବିଶ୍ଵଜିତ କଡାମ, ୟଶୋମତି ଚନ୍ଦ୍ରକାନ୍ତ ଠାକୁର ଏବଂ ମୁଜାଫର ହୁସେନ। କେ.ସି. ପଡ଼ାୱୀ। ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ନୂଆ ସଭାପତିଙ୍କ ପାଇଁ ଏହା ଏକପ୍ରକାର ଚ୍ୟାଲେଞ୍ଜ ହେବ। ଅନ୍ୟପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ପ୍ରଦେଶ ନିର୍ବାଚନ କମିଟି ଏବଂ ପ୍ରଚାର କମିଟିକୁ ମିଶାଇ ମୋଟ ୮ଟି କମିଟି ଗଠନ କରାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories