www.samajalive.in
Wednesday, December 10, 2025
26.1 C
Bhubaneswar

ବିଜୁଳି ଜନିତ ମୃତ୍ୟୁକୁ ରୋକିବାରେ ଓଡିଶା ସଫଳ

ଭୁବନେଶ୍ୱର : ଓଡିଶା ସରକାର ବିଜୁଳି ଏବଂ ଘଡଘଡିରେ ମୃତ୍ୟୁହାରକୁ କମାଇବାରେ ସକ୍ଷମ ହୋଇଛନ୍ତି । ଉନ୍ନତ ମାନର ଜ୍ଞାନ କୌଶଳର ବ୍ୟବହାର ଏବଂ ବୈଦ୍ୟୁତିକ ତଥା ସାମାଜିକ ଗଣମାଧ୍ୟମର ପ୍ରଚାର ପ୍ରସାର ଫଳରେ ଅତି ସହଜରେ ଲୋକମାନଙ୍କ ପାଖରେ ବିଜୁଳି ଏବଂ ଘଡଘଡି ସମ୍ପର୍କିତ ପୂର୍ବ ସୂଚନା ମିଳିପାରୁଛି।
ତଥ୍ୟ ଅନୁଯାୟୀ ରାଜ୍ୟ ସରକାର ବିଜୁଳି ଏବଂ ଘଡଘଡିରେ ମୃତ୍ୟୁବରଣ କରୁଥିବା ସଂଖ୍ୟାକୁ ୩୧ପ୍ରତିଶତ କମ କରିବାରେ ସକ୍ଷମ ହୋଇଛନ୍ତି। ୨୦୧୫-୧୬ ମସିହାରେ ଏହି ମୃତ୍ୟୁ ସଂଖ୍ୟା ୪୦୧ ଥିବାବେଳେ ୨୦୧୬-୧୭ରେ ମୃତ୍ୟୁ ସଂଖ୍ୟା ମଧ୍ୟ ୪୦୧ ରହିଥିôଲା । ତେବେ ୨୦୧୭-୧୮ରେ ବିଜୁଳି ଏବଂ ଘଡଘଡିରେ ୪୬୫ଜଣଙ୍କ ମୃତ୍ୟୁ ଘଟିଥିଲା । କିନ୍ତୁ ଯଦି ୨୦୧୮-୧୯ ବର୍ଷ କଥା କୁହାଯାଏ ତେବେ ଏହି ମୃତ୍ୟୁ ସଂଖ୍ୟା ୩୧ପ୍ରତିଶତ କମ ହେବା ସହ ୩୨୦ଜଣଙ୍କୁ ଖସି ଆସିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଜୁଳି ଜନିତ ମୃତ୍ୟୁ ସଂଖ୍ୟାକୁ ରୋକିବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନେଇଛନ୍ତି। ବିଜୁଳି ଏବଂ ଘଡଘଡି ସମ୍ପର୍କିତ ସତର୍କତା ପାଇଁ ସରକାରଙ୍କ ପକ୍ଷରୁ ଗାଁ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯଇଛି। ସ୍କୁଲ ପିଲା ତଥା ଶିକ୍ଷିତ ଶ୍ରେଣୀର ଲୋକ ମାନଙ୍କୁ ବିଜୁଳି ଏବଂ ଘଡଘଡିର ପୂର୍ବ ସୂଚନା କିପରି ପାଇହେବ ସେ ବିଷୟରେ ଅଧିକ ସୂଚନା ଦିଆଯିବା ସହ ଏହି ବିପଦରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର କୌଶଳ ପ୍ରଦାନ କରାଯାଇଛି। ଆର୍ଥ ନେଟ୍‍ୱର୍କ ଓଡିଶା ପକ୍ଷରୁ ଓଡିଶାରେ ୬ଟି ବିଜୁଳି ସୂଚନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ଯେଉଁଠିକି ନିୟମିତ ଭାବେ ବିଜୁଳି ଏବଂ ଘଡଘଡି ସମ୍ପର୍କିତ ଆଗୁଆ ସୂଚନା ସହଜରେ ମିଳି ପାରୁଛି ।
ମିଳିଥିବା ସୂଚନା ଅନୁଯାୟୀ ବିଜୁଳି ଏବଂ ଘଡଘଡିରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ମଧ୍ୟରୁ ୮୫ପ୍ରତିଶତ ଲୋକଙ୍କ ମୃତ୍ୟୁ ମେ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ହୋଇଥାଏ । ତେଣୁ ଏହି ଦିନ ଗୁଡିକରେ ଲୋକମାନେ ଅଧିକ ସଚେତନ ରହିବା ସହ ମିଳୁଥିବା ସୂଚନା ଗୁଡିକୁ ଗୁରୁତର ସହ ନେଇ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories