ପୁରୀ : କୋଟି ବ୍ରହ୍ମାଣ୍ଡର ମଉଡ଼ମଣି ଜଗତରନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରାର ମାହାର୍ଘ ମୁହୂର୍ତ୍ତ। ଶ୍ରୀକ୍ଷେତ୍ର ପୁରୀରେ ମହଣ ମହଣ ସୁନାରେ ସଜେଇ ହୋଇ ‘ସୁନାବେଶ’ରେ ଭକ୍ତଙ୍କୁ ଶ୍ରୀଜୀଉମାନେ ଦର୍ଶନ ଦେଉଛନ୍ତି । ରାଜ୍ୟର କୋଣ ଅନୁକୋଣ ତଥା ଦେଶ ବିଦେଶରୁ ଅସଂଖ୍ୟ ଶ୍ରଦ୍ଧାଳୁ ଓ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି। ବଡ଼ଦାଣ୍ଡରେ ଏକ ଭିନ୍ନ ଓ ନିଆରା ବାତାବରଣ ସୃଷ୍ଟି ହୋଇଛି। ଚକ୍ ମକ୍ ଉଜ୍ଜ୍ୱଳ ଆଲୋକରେ ଝଲସି ଉଠୁଛନ୍ତି ଦିଅଁ। ଭକ୍ତ ଓ ଭଗବାନଙ୍କ ମିଳନ ପର୍ବରେ ସମସ୍ତେ ଏକାକାର ହୋଇ ଉଠିଛନ୍ତି । ବଡ଼ ଦାଣ୍ଡରେ ଜନ ସମୁଦ୍ର ଭଳି ପରିବେଶ ସୃଷ୍ଟି ହୋଇଛି।





