www.samajalive.in
Thursday, December 11, 2025
23.1 C
Bhubaneswar

ଶିଶୁମାନଙ୍କ ପ୍ରତି ଦୁଷ୍କର୍ମ ଘଟଣାରେ ସୁପ୍ରିମକୋର୍ଟଙ୍କ କଡ଼ା ଅଭିମୁଖ୍ୟ

ନୂଆଦିଲ୍ଲୀ :  ଶିଶୁମାନଙ୍କ ପ୍ରତି ଦୁଷ୍କର୍ମ ଘଟଣା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଗୁରୁତର ସହ ବିବେଚନା କରିଛନ୍ତି । ଏଭଳି କାର୍ଯ୍ୟକଳାପ ବିରୋଧରେ ସ୍ପଷ୍ଟ ଓ ନିରନ୍ତର ଭାବେ ଜାତୀୟ ସ୍ତରରେ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ କହିଛନ୍ତି, ବିଭିନ୍ନ ଖବରକାଗଜ ଓ ସମ୍ବାଦ ପୋର୍ଟାଲ୍‍ଗୁଡ଼ିକରେ ପ୍ରକାଶିତ ଶିଶୁ ଦୁଷ୍କର୍ମ ଖବର ଆଧାରରେ କୋର୍ଟ  ତରଫରୁ ନିଜ ପକ୍ଷରୁ ପଦକ୍ଷେପ ନିଆଯିବ । ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାପାଇଁ ଆଇନଜୀବୀ ଭି. ଗିରିଙ୍କୁ ନ୍ୟାୟମିତ୍ର ଭାବେ ନିଯୁକ୍ତ କରାଯାଇଛି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories