www.samajalive.in
Sunday, December 7, 2025
15.1 C
Bhubaneswar

ଶୁକ୍ରବାର ରାଶିଫଳ

Fr ଆପଣଙ୍କ କର୍ମଧାରା ଉଳମୟ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପ୍ରିୟଭାଷୀ ହେବେ। ଧନ ଓ ଯାନ-ବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦଯୁକ୍ତ ହେବେ। ଭଲ-ମନ୍ଦ ମିଶ୍ରିତ ଫଳ ମିଳିବ।

ବୃଷ: ବିଭିନ୍ନ ସହଯୋଗିତା ପ୍ରାପ୍ତ ହେବେ। ପାରିବାରିକ ସୁଖ ମିଳିବ। ଶତ୍ରୁ ନାଶ କରିପାରନ୍ତି। ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଶ୍ରେଷ୍ଠ ପଦ-ପଦବୀରେ ଆସୀନ ହେବେ। ଶାସ୍ତ୍ରଜ୍ଞ ହେବେ। ବିନୀତ ସ୍ବଭାବର ହେବେ।

- Advertisement -

ମିଥୁନ: ଆର୍ଥିକ ସ୍ଥିତିର ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ଗୁରୁ-ଗୁରୁଜନଙ୍କ ପ୍ରିୟ ଭାଜନ ହୋଇପାରନ୍ତି। ସମ୍ମାନିତ ହୋଇପାରନ୍ତି। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଚଞ୍ଚଳ ପ୍ରକୃତିର ହେବେ।

କର୍କଟ: ଭ୍ରାତୃ ବିବାଦ ଲାଗିବାର ସମ୍ଭାବନା ଅଛି। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଶୁଭ ସମ୍ବାଦ ପାଇପାରନ୍ତି। ବିଭିନ୍ନ ଘଟଣାରେ ଉପକୃତ ହେବେ। ନିଜ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି। ସୁଖୀ ହେବେ।

ସିଂହ: ଗୃହ କାର୍ଯ୍ୟ ଆନନ୍ଦଦାୟକ ହୋଇପାରେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। କୃତି ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ। ଅସାଧ୍ୟ-ସାଧନ କରିପାରନ୍ତି।

କନ୍ୟା: କର୍ମକ୍ଷେତ୍ରରେ ଆଗକୁ ବଢ଼ି ପାରନ୍ତି। ଉଚ୍ଚ ଆଶା ଫଳବତୀ ହେବ। ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ଶୁଭ ଖବର ପାଇ ଉତ୍‌ଫୁଲ୍ଲିତ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି।

ତୁଳା: ରୋଜଗାରକ୍ଷମ ହେବେ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତ ମାନର ହେବ।

ବିଛା: ମିଳିଥିବା ସୁଯୋଗର ସଦୁପଯୋଗ କରିପାରନ୍ତି। ଉଚ୍ଚଆଶା ଫଳବତୀ ହେବ। ପାରିବାରିକ ସୁଖ-ସମୃଦ୍ଧି ଅବଶ୍ୟ ହେବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଖର୍ଚ୍ଚାନ୍ତ ହୋଇପାରନ୍ତି।

ଧନୁ: ଶୁଭ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। କାର୍ଯ୍ୟ ସିଦ୍ଧି ହେବ; ମାତ୍ର ବିଳମ୍ବିତ ହୋଇପାରେ। ରୋଜଗାର ଆଶାନୁରୂପ ହେବ। ଚଞ୍ଚଳ ଚେଷ୍ଟିତ ହେବେ। ଲୋକପ୍ରିୟ ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହ ଅର୍ଥ ପ୍ରାପ୍ତ ହେବେ।

ମକର: ଆର୍ଥିକ ସାହାଯ୍ୟ ପାଇ ପାରନ୍ତି। ସୁଖ-ସମ୍ମାନ ଲାଭ କରିବେ। ବନ୍ଧୁ ସହଯୋଗ ମିଳିବ। ଭ୍ରମଣ ସୁଖ ମିଳିପାରେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ସରକାରୀ ଅର୍ଥ ପାଇପାରନ୍ତି। ଉତ୍ତମ ଗୃହରେ ବାସ କରିବେ। କୀର୍ତ୍ତିମାନ୍‍ ହେବେ।

କୁମ୍ଭ: କର୍ମ ଚଞ୍ଚଳ ରହିବେ। ଆର୍ଥିକ ଅଭିବୃଦ୍ଧି ଘଟିବ। ଉନ୍ନତିମୂଳକ କାର୍ଯ୍ୟରେ ଆଗକୁ ବଢ଼ିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ସହକାରୀଙ୍କ ଉପଦେଶ ଗ୍ରହଣ କରି ଉପକୃତ ହେବେ। ଅର୍ଥ ମିଳିବ।

ମୀନ: ଶତ୍ରୁ ସହିତ ମୁହାଁ ମୁହିଁ ହୋଇପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ଗୁରୁ, ଗୁରୁଜନଙ୍କ ଆଶୀର୍ବାଦ ମିଳିବ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି। ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତା ଆବଶ୍ୟକ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories